ଚେନ୍ନାଇରେ ଚେନ୍ନାଇର ଚମତ୍କାର ବିଜୟ

ଚେନ୍ନାଇ, ୧୧/୦୪: ଚେନ୍ନାଇର ଏ.ମ୍. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କୋଲକତା ନାଇଟ ରାଇଡର୍ସକୁ ହରାଇ ଚେନ୍ନାଇ ସୁପର କିଂଗ୍ସ ଚମକ୍ରାର ବିଜୟ ହାସଲ କରିଛି । ଦ୍ୱିତୀୟ ପାଳିରେ ଚେନ୍ନାଇର ବ୍ୟାଟିଂ ପ୍ରଥମ ପର୍ଯ୍ୟାୟରେ ଖୁବ୍ ଭଲ ଥିବା ବେଳେ ପାୱାର ପ୍ଲେ ପରେ ଦଳର ସ୍କୋର ବୋର୍ଡ ଧିମା ପଡ଼ିଯାଇଥିଲା । ଶେଷରେ ରବିନ୍ଦ୍ର ଜାଡେଜାଙ୍କ ଛକାରେ ଦଳ ବିଜୟୀ ହୋଇଥିଲା । ଏହା ସହ ଆଇପିଏଲ ଇତିହାସରେ ଏକ ନୂଆ ରେକର୍ଡ ହୋଇଥିଲା । ଚଳିତ ଆଇପିଏଲରେ ଖେଳାଯାଇଥିବା ୫ଟି ମ୍ୟାଚରେ ଦ୍ୱିତୀୟ ଇଂନିସରେ ବ୍ୟାଟିଂ କରୁଥିବା ଦଳ ହିଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ଏହା ପୂର୍ବରୁ ୨୦୧୬ ଆଇପିଏଲ ସିଜିନରେ ପ୍ରାରମ୍ଭିକ ୩ଟି ମ୍ୟାଚରେ ଦ୍ୱିତୀୟ ପାଳିରେ ବ୍ୟାଟିଂ କରୁଥିବା ଦଳ ଜିତିଥିଲେ ।
ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଟସ ହାରି ପ୍ରଥରେ ବ୍ୟାଟିଂ କରୁଥିବା କେକେଆର ଟିମ୍ ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୨ ରନ ସଂଗ୍ରହ କରିଥିଲା । ୨୦୩ ରନର ବିଜୟ ଲକ୍ଷକୁ ପିଛା କରି ଚେନ୍ନାଇ ସୁପର କିଂଗ୍ସ ୫ ୱିକେଟ ହରାଇ ୨୦୫ ରନ ସଂଗ୍ରହ କରି ଚଳିତ ଆଇପିଏଲ ସିଜିନରେ ନିଜର ଦ୍ୱିତୀୟ ବିଜୟ ହାସଲ କରିଥିଲା ।

Leave a Reply

Your email address will not be published. Required fields are marked *