ଫାଇନାଲରେ ପ୍ରବେଶ କଲା ଚେନ୍ନାଇ ସୁପରକିଙ୍ଗ୍ସ

ଗ୍ରାଉଣ୍ଡଜିରୋ ଲାଇଭ: ଓ୍ଵାଙ୍ଖେଡ଼ା  ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୧୮ର ରୋମାଞ୍ଚକର କ୍ଵାଲିଫାୟର ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୨ ଓ୍ଵିକେଟରେ ପରାସ୍ତ କରି ପ୍ରଥମ  ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଏକଦା ୯୨ ରନରେ ୭ ଓ୍ଵିକେଟ୍ ହରାଇ ପରାଜୟ ଆଶଙ୍କାରେ ଥିବା ଚେନ୍ନାଇ ଫାଫ ଡୁପ୍ଲେସିସଙ୍କ  ଚତ୍ମକାର ତଥା ଦମଦାର ଅପରାଜିତ ୬୭ ରନର ବଳରେ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ନିର୍ଦ୍ଧାରିତ ଓଭରରେ ୧୩୯ରନ କରିଥିଲା। ଜବାବରେ ଚେନ୍ନାଇର ବ୍ୟାଟସମ୍ୟାନ ସନରାଇଜର୍ସ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି  ୮ ଓ୍ଵିକେଟ୍ ହରାଇ ୧୯.୧ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଏବେ ସନରାଇଜର୍ସକୁ ଫାଇନାଲରେ ପ୍ରବେଶ କରିବାକୁ ହେଲେ ରାଜସ୍ଥାନ ଓ କୋଲକାତା ମଧ୍ୟରେ ହେବାକୁ ଥିବା ପ୍ରଥମ ଏଲମିନେଟରର ବିଜେତା ସହ ମୁକାବିଲା କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *