କଟକ ପୋଲିସର ଅପରାଧି ଧରପକଡ ଅଭିଯାନ

କଟକ,୦୮/୦୪(ଗ୍ରାଉଣ୍ଡଜିରୋ ଲାଇଭ): ଆତଙ୍କବାଦୀ ଅବଦୁର ରେହେମାନର ଭାଇ ତାହିର ଅଲ୍ଲୀକୁ ଗୁଳିମାଡ ଘଟଣାରେ ପୋଲିସ ଜଣଙ୍କ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରୁଛି । ଟେଣ୍ଡର ଫିକ୍ସିଂକୁ ନେଇ ତାହିର ଅଲ୍ଲୀ ଉପରେ ଗୁଳିମାଡ କରା ହୋଇଥିଲା । ଏଥିରେ ସାମିଲ ଥିବା ସମସ୍ତ ଅଭିଯୁକ୍ତ କୁଖ୍ୟାତ ଟିଟୋ ଗ୍ୟାଙ୍ଗର ସଦସ୍ୟ । ଏ ମାନଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ରହିଛି । ବର୍ତ୍ତମାନ ସୁଦ୍ଧା ପୋଲିସ ୧୦ ଜଣଙ୍କୁ ଗିରଫ କରି ସାରିଛି । ଆଜି ଚାଉଳିଆଗଞ୍ଜ ପୋଲିସ ଟିଟୋ ଗ୍ୟାଙ୍ଗର ଅନ୍ୟତମ ସଦସ୍ୟ ସୁଧାକର ବେହେରାକୁ ଗିରଫ କରିଛି । ବହୁ ଦିନ ଧରି ସୁଧା ମହାନଦୀ ପଠାରେ ଜୁଆ ଆଡ୍ଡା ଚଳାଉ ଥିଲା । ଦୁଇ ଦିନ ତଳେ ଚାଉଳିଆଗଞ୍ଜ ପୋଲିସ ଦ୍ୱାରା ହୋଇଥିବା ଏକ ଏନକାଉଣ୍ଟରରେ ଟିଟୋର ଆଉ ଏକ ସହଯୋଗୀ ଅଶୋକ ବେହେରା ଓରଫ ଟିଟୁନି ଗୁରୁତର ଭାବେ ଆହତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲା । ଗତ ୫ ତାରିଖରେ  ହୋଇଥିବା ଆଉ ଏକ ଏନକାଉଣ୍ଟରରେ ଅଲ୍ଲେଖ ରାଉତରାୟ ଓ କାଲାବାବୁ ଆହତ ହେବା ସହ ଏମାନଙ୍କ ବ୍ୟତିତ ଅନ୍ୟ ୬ଜଣଙ୍କୁ ଜଗତପୁର ପୋଲିସ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *