କୋଭିଡ-୍‌ ୧୯ ମୁକାବିଲା କରିବା ପାଇଁ ୧.୮୩ ଲକ୍ଷ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ

ଭୁବନେଶ୍ବର, 14 ଏପ୍ରିଲ:

 କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବତ୍ର ବାଗ୍‌ଚୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର
କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

#  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ କୋଭିଡ-୍‌ ୧୯ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ଏବଂ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

# କୋଭିଡ-୍‌ ୧୯ ସଂଗ୍ରାମରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ନିଷ୍ଠାପର ସେବା ନିମନ୍ତେ  ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

# ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷଣ ସୁବିଧାର ସମୀକ୍ଷା କରି  ମୁଖ୍ୟମନ୍ତ୍ରୀ ଆଇସିଏମ୍‌ଆର୍‌- ଆର୍‌ଏମ୍‌ଆର୍‌ସିର ପରୀକ୍ଷଣ କ୍ଷମତା ବୃଦ୍ଧି ଏବଂ ଏମ୍‌କେସିଜି(ବ୍ରହ୍ମପୁର)ରେ ପରୀକ୍ଷଣ ଆରମ୍ଭ ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଓ ଏପରି ପରୀକ୍ଷଣ ସୁବିଧାକୁ ଅଧିକ ବ୍ୟାପକ କରିବା ପାଇଁ ଏକ ସୁଚିନ୍ତିତ ‘ରୋଡ୍‌ମ୍ୟାପ୍‌’ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

# କୋଭିଡ-୍‌ ୧୯ ପରିପ୍ରେକ୍ଷୀରେ ରାଜ୍ୟରେ ଉପଲବ୍ଧ ଥିବା ଔଷଧ ସାମଗ୍ରୀ ସହିତ ତିନିପରସ୍ତ ମାସ୍କ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଅକ୍ସିଜେନ୍‌ ସିଲିଣ୍ଡର ଇତ୍ୟାଦି ଯନ୍ତ୍ରପାତିଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି ଏବଂ ଆବଶ୍ୟକ ପରିମାଣର ଔଷଧ ଓ ଯନ୍ତ୍ରପାତି ଗଚ୍ଛିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ କେଭିଡ୍‌-୧୯ ହସ୍‌ପିଟାଲ୍‌, ଟେଷ୍ଟିଂ ସେଣ୍ଟର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକୁ ଔଷଧ ଓ ଯନ୍ତ୍ରପାତିର ସୁଷମ ବଣ୍ଟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

# କୋଭିଡ-୍‌ ୧୯ ପରସ୍ଥିିତିର ସଫଳ ମୁକାବିଲା ପାଇଁ ଆବଶ୍ୟକୀୟ ମାନବସମ୍ବଳର ଦକ୍ଷତା ସୃଷ୍ଟି ଏବଂ ଅଭିବୃଦ୍ଧି ଉପରେ ସମୀକ୍ଷା କରି  ମୁଖ୍ୟମନ୍ତ୍ରୀ ଆଗତୁରା ଯୋଜନା ପ୍ରସ୍ତୁତ କରି ଯଥେଷ୍ଟ ମାନବସମ୍ବଳର ନିୟୋଜନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କୋଭିଡ-୍‌ ୧୯ ମୁକାବିଲା କରିବା ପାଇଁ ୧.୮୩ ଲକ୍ଷ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ପ୍ରଦାନର ଲକ୍ଷ୍ୟ ଥିବାବେଳେ ସେଥି ମଧ୍ୟରୁ ୧.୫୩ ଲକ୍ଷ ଜଣଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ।

# ରାଜ୍ୟରେ ସ୍ୱତନ୍ତ୍ର କୋଭିଡ-୍‌ ୧୯ ହସ୍‌ପିଟାଲ୍‌ଗୁଡ଼ିକ ଉପରେ ସମୀକ୍ଷା କରି  ମୁଖ୍ୟମନ୍ତ୍ରୀ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ୩୦ଟି ଜିଲ୍ଲା ପାଇଁ ପ୍ରସ୍ତାବିତ ୩୫ଟି ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ୨୦ଟି ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି ।

# ସଂକ୍ରମଣ ପ୍ରତିରୋଧ ଅଞ୍ଚଳ (କଣ୍ଟେନ୍‌ମେଣ୍ଟ ଜୋନ୍‌)ଗୁଡ଼ିକ ସଂପର୍କରେ ସମୀକ୍ଷା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥି ନିମନ୍ତେ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରି କାର୍ଯ୍ୟାନ୍ୱୟନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

# ଲକ୍‌ ଡାଉନ୍‌ ସମୟରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ  ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ଏବଂ ଘରୋଇ ହିଂସା ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ପୋଲିସ୍‌ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

# ଲକ୍‌ ଡାଉନ୍‌ ସମୟରେ ମାଲବାହୀ ଯାନବାହନ ଚଳାଚଳ ଏବଂ ମାଲ ପରିବହନ ପରିଚାଳନାରେ ଯେପରି କୌଣସି ପ୍ରକାର ବାଧା ସୃଷ୍ଟି ନହେବ ସେଥି ପାଇଁ ବିଶେଷ ଧ୍ୟାନ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

# ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଶାର ଶ୍ରମଜୀବୀମାନଙ୍କ ପାଖରେ ସହାୟତା ପହଞ୍ଚାଇବାକୁ ସଂପୃକ୍ତ ରାଜ୍ୟର ପଦାଧିକାରୀମାନଙ୍କ ସହିତ ଯୋଗାଯୋଗ ରକ୍ଷା କରି କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

# ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ,ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ମାସକୁ ମୁଣ୍ଡପିଛା ୫ କିଗ୍ରା ଲେଖାଏଁ ଚାଉଳ ଏବଂ କାର୍ଡ ପିଛା ମାସକୁ ୧ କିଗ୍ରା ହରଡ଼ ଡାଲି ବିନାମୂଲ୍ୟରେ ତିନି ମାସ ପାଇଁ ଦିଆଯିବ । ଭାରତ ସରକାରଙ୍କ ଏହି ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭକ୍ତୁ ୮୦,୨୬,୩୭୫ ପରିବାରର ୨,୮୬,୦୬,୨୩୯ ଜଣ ହିତାଧିକାରୀ ଏବଂ ଅନ୍ତ୍ୟୋଦୟ ଅନ୍ନ ଯୋଜନାର ୧୨ ଲକ୍ଷ ୫୯ ହଜାର ୧୮୧ଟି ପରିବାରର ୩୮ ଲକ୍ଷ ୬୪ ହଜାର ୨୬୦ ଜଣ ହିତାଧିକାରୀ ଉପକୃତ ହେବେ । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୧ ଲକ୍ଷ ୧୬ ହଜାର ୭ ପରିବାରର ୩ ଲକ୍ଷ ୭୮ ହଜାର ୮୨୯ ଜଣ ହିତାଧିକାରୀ ଉପକୃତ ହେବେ ।

# କୋଭିଡ-୍‌ ୧୯ ଭଳି ଏକ ବିଶେଷ ପରିସ୍ଥିତିରେ ଲକ୍ଷ ଲକ୍ଷ ଲୋକ ଯେଉଁମାନେ ଆନ୍ତରିକତାର ସହ ସଫେଇ ଓ ପରିମଳ ସେବା ଯୋଗାଇ ଦେଇ ଆସୁଛନ୍ତି ସେମାନଙ୍କର ନିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।

# କୋଭିଡ-୍‌ ୧୯ ଭୂତାଣୁରୁ ସଂକ୍ରମଣ ରୋକିବା ଦିଗରେ ଓଡ଼ିଶା ଏହାର ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ନିମେନ୍ତ ୨୦ଟି କୋଭିଡ୍‌-୧୯ ହସ୍‌ପିଟାଲ୍‌କୁ କାର୍ଯ୍ୟକ୍ଷମ କରିଛି । ରାଜ୍ୟର ୧୮ଟି ଜିଲ୍ଲା ଏଥିରେ ସାମିଲ ହୋଇପାରିଛି । ଏହିସବୁ କୋଭିଡ୍‌-୧୯ ହସ୍‌ପିଟାଲ୍‌ରେ ୩୪୨୦ଟି ଶଯ୍ୟା ଥିବାବେଳେ ୧୯୭ଟି ଆଇସିୟୁ ବେଡ୍‌ ରହିଛି । ଖୁବ୍‌ଶୀଘ୍ର ଅନ୍ୟାନ୍ୟ ଜିଲ୍ଲାରେ ଅତିରିକ୍ତ ୧୫ଟି କୋଭିଡ୍‌ ହସ୍‌ପିଟାଲ୍‌ ପ୍ରତିଷ୍ଠା ହେବାକୁ ଯାଉଛି ଏବଂ ଏଥିରେ ୨୨୮୨ଟି ଶଯ୍ୟା ଓ ୩୮ଟି ଆଇସିୟୁର ସୁବିଧା ରହିବ ।

# ମିଶନ ଶକ୍ତିର ୭୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି କଠିନ ପରିସ୍ଥିତିରେ ସେମାନଙ୍କର ଉପସ୍ଥିତି ଜାହିର କରି ୭୦୭ଟି ଶୁଖିଲା ରେସନ୍‌ ଏବଂ ପରିବା ଦୋକାନ ଚାଲୁ କରିଛନ୍ତି । ଏଥି ମଧ୍ୟରେ ଲକ ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ଘର ନିକଟରେ ଯୋଗାଣ କରବି । ନିମନ୍ତେ ୧୩୦ଟି ମୋବାଇଲ୍‌ ଭ୍ୟାନ୍‌ ମଧ୍ୟ ଅନ୍ତର୍ଭୁକ୍ତ ।

# ଫସଲ ଅମଳ ଓ ଏହାର ପରିବହନ, ବିହନ, ସାର ଓ କୀଟନାଶକ ଆଦିର ପରିବହନକୁ କଟକଣାମୁକ୍ତ କରାଯାଇଛି ।

# ବିହନ, ସାର ଏବଂ କୀଟନାଶକ ଔଷଧ ଦୋକାନ ଦିନର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଖୋଲା ରହିବ । ସାମାଜିକ ଦୂରତା ବଜାୟ ରଖି ଏହାର ଉପଲବ୍ଧତା ଓ ବିକ୍ରିକୁ ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଇଛି ।

# ବିହନ, ସାର ଏବଂ କୀଟନାଶକ ଔଷଧର ପଣ୍ୟାଗାର ସୁବିଧାକୁ କଟକଣାମୁକ୍ତ ରଖାଯାଇଛି ।

# ଫସଲ ଅମଳ ଏବଂ କୃଷି କାର୍ଯ୍ୟ ନିମନ୍ତେ ବ୍ୟବହୃତ କୃଷି ଯନ୍ତ୍ରପାତିର ପରିବହନକୁ ଅନୁମତି ପ୍ରଦାନ କରାଯାଇଛି । ଏସବୁ ଯନ୍ତ୍ରପାତିର ମରାମତି ନିମନ୍ତେ ୱର୍କସପ୍‌ ଖୋଲାରହିବ ।

# କୃଷି କ୍ଷେତ୍ରରେ ଭଡାସୂତ୍ରରେ ବ୍ୟବହୃତ ହେଉଥିବା ଯନ୍ତ୍ରପାତିର ବ୍ୟବହାରକୁ କଟକଣାମୁକ୍ତ କରାଯାଇଛି ।

# ରବି ଫସଲ ଯଥା-ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ଆଦିର ସଂଗ୍ରହ ନିମନ୍ତେ ସଂଗ୍ରହ କେନ୍ଦ୍ର ଖୋଲାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏଥି ପାଇଁ ନାଫେଡ୍‌ର ଇ-ସମୃଦ୍ଧି ପୋର୍ଟାଲ୍‌ରେ ନାମ ପଂଜୀକରଣ କରିବାକୁ କୃଷକମାନଙ୍କୁ ପରାମର୍ଶ ଦଅି ।ଯାଇଛି ।

# କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା, ଗୋଦାମ ଗୃହ, ହୋଲ୍‌ସେଲ୍‌/ଖୁଚୁରା ଦୋକାନ କିମ୍ବା ଡିଲର ପ୍ରତିଷ୍ଠାନଗୁଡ଼ିକ ଖୋଲା ରହିବ ।

# ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଜରୁରୀ କୃଷି ଉପକରଣ ଏବଂ କୃଷି ଉତ୍ପାଦ ପରିବହନ କରୁଥିବା ଯାନଗୁଡ଼ିକୁ କଟକଣାମୁକ୍ତ କରାଯାଇଛି ।

# ଉତ୍ପାଦିତ କୃଷି ଦ୍ରବ୍ୟର ଅବାଧ ପରିବହନ ନିମନ୍ତେ  ଉତ୍ପାଦନକାରୀ ଏବଂ ଗାଡ଼ିଗୁଡ଼ିକ ପାଇଁ ପାସ୍‌ର ଆବଶ୍ୟକତା ନାହିଁ ।

#  ବିଶେଷ ଅସୁବିଧା କ୍ଷେତ୍ରରେ ସ୍ଥାନୀୟ ଉଦ୍ୟାନବିତ୍‌ଙ୍କ ପରାମର୍ଶ କ୍ରମେ ପରିବା ଚାଷୀ ବିଶେଷ କରି ତରଭୂଜ, ବିଲାତି ବାଇଗଣ ଓ ବାଇଗଣ ଆଦି ବିକ୍ରୟ କରୁଥିବା ଚାଷୀ ସ୍ଥାନୀୟ ବଜାରରେ ବିକ୍ରି କରିବା ପାଇଁ ପରାମର୍ଶ ଦିଆଯାଇଛି ।

# କୃଷି ଶ୍ରମିକଙ୍କ ସମସ୍ୟାକୁ ଏଡାଇବା ପାଇଁ ବିହନ ପ୍ରସ୍ତତୁ କରୁଥିବା ପଂଜୀକୃତ କୃଷକଙ୍କ ବ୍ୟତୀତ ଅନ୍ୟ ଚାଷୀମାନଙ୍କୁ କମ୍ବାଇନ୍‌ଡ ହାର୍ଭେଷ୍ଟର ବ୍ୟବହାର କରି ଠିକ  ସମୟରେ ଧାନ ଅମଳ କରବାକୁ ପରାମର୍ଶ ଦିଆଯାଇଛି ।

# ଖରିଫ୍‌ ଚାଷ ନିମନ୍ତେ ଫସଲ ଋଣ ନେବା ପାଇଁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି ।

# ଆମ କୃଷି ଏବଂ ଏମ୍‌-କିସାନ୍‌ ମାଧ୍ୟମରେ କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ମାର୍ଗଦର୍ଶିକାରୁ ଲାଭ ଉଠାଇ କୃଷି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ପାଇଁ କୃଷକମାନେ ୦୬୭୪- ୬୬୬୭୧୭୧କୁ ମିସ୍‌ କଲ୍‌ ଦେଲେ ‘ଆମ କୃଷି’ ସେବାରେ ସେମାନେ ପଂଜୀକୃତ ହୋଇପାରିବେ ।

# ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୫୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି । ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍‌ ସେଣ୍ଟର ଟୋଲ୍‌ ଫ୍ରି ନଂ- ୧୮୦୦୩୪୫୬୭୦୩ ଜାରି କରାଯାଇଛି ।

# ଆଜି ରାଜ୍ୟର ୫୫୧୫ ଗ୍ରାମ ପଞ୍ଚାୟତରେ ୩,୪୪,୯୯୪ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୪୪ଟି ପୌରାଞ୍ଚଳରେ ୩୩,୬୮୮ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

# ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୧୩ରୁ ଅପ୍ରେଲ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୩୦ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୨୯ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ଗୁଜବ ସୃଷ୍ଟି ପାଇଁ ଅଟେ ।

# ଆଜି ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୪୭୩୪ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୮ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

# ଜଣେ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୪୧ ଜଣ ଚିକିତ୍ସିତ ହେଉଛନ୍ତି ।

# ଆଜି ୧୧୫ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି ।

Leave a Reply

Your email address will not be published. Required fields are marked *