ବିଧାନସଭାରେ ଅଶ୍ୱିନୀଙ୍କୁ ନେଇ ବଢୁଛି ବିବାଦ

ଭୁବନେଶ୍ୱର, ୨୬/୦୬(ଗ୍ରାଇଣ୍ଡଜିରୋଲାଇଭ):
ଅଶ୍ୱିନୀଙ୍କୁ ନେଇ ବିଧାନସଭାରେ ବଢୁଛି ବିବାଦ । ଅଶ୍ୱିନିଙ୍କୁ ବିଜେଡିର ସମର୍ଥନ ନେଇ ବିଧାନସଭାରେ ଦେଖାଦେଇଛି ହୋହାଲା ହଟ୍ଟଗୋଳ । ଏହାକୁ ନେଇ କଂଗ୍ରେସ ବାରମ୍ଭାର ବିଜେପି ସହ ବିଜେଡିର ଭିତିରିଆ ବୁଝାମଣା ଅଛି ବୋଲି କଥା ଉଠାଉଛି । ଏହା ପରେ ଅଶ୍ୱିନୀଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣିଛି କଂଗ୍ରେସ । ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କ ବିରୋଧରେ ଖଣି ଦୁର୍ନୀତିର ଅଭିଯୋଗ ଆଣିଛି କଂଗ୍ରେସ । ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରଶ୍ନ ଉଠାଇଛନ୍ତି । ଖଣି ଦୁର୍ନୀତି ସହ ତାଙ୍କ ନାଁରେ ଭିଜିଲାନ୍ସ କେସ୍ ଥିବା ଅଭିଯୋଗ ଆଣିଛନ୍ତି ନରସିଂହ ମିଶ୍ର । ଦୁର୍ନୀତିରେ ଲିପ୍ତ ଥିବା ପ୍ରାର୍ଥୀଙ୍କୁ ବିଜେଡି କେମିତି ସମର୍ଥନ କଲା ବୋଲି ଅଭିଯୋଗ କରିଛି କଂଗ୍ରେସ । ଏହି ଅଭିଯୋଗକୁ ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଖଣ୍ଡନ କରି ଏହା ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି । ଏହି ଅଭିଯୋଗର ତଦନ୍ତ କରାଯାଉ ବୋଲି ଅଶ୍ୱିନୀ କହିଥିବା ବେଳେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କୁ ପ୍ରମାଣ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *