ମହେଶ୍ୱରଙ୍କ ପସନ୍ଦର ପାର୍ଥୀକୁ ମିଳିବ ପୁରୀରୁ କଂଗ୍ରେସ ଟିକେଟ

ଭୁବନେଶ୍ୱର, ୨୭/୦୨(ଗ୍ରାଉଣ୍ଡ ଜିରୋ ଲାଇଭ) :
ବିଜେଡି ବିଧାୟକ ମହେଶ୍ୱର ମହାନ୍ତିଙ୍କ ମନ ପସନ୍ଦ ପାର୍ଥୀଙ୍କୁ କଂଗ୍ରେସ ଟିକେଟ ଦେବ । ଏପରିକି ସେ ଯାହା ନାଁ କହିବେ ସେହି ଲୋକକୁ ଟିକେଟ ମିଳିବ ବୋଲି ସବୁଆଡେ ଚର୍ଚ୍ଚା ଚାଲିଛି । ମହେଶ୍ୱର ଗତ ୧୯୯୫ରୁ ପୁରୀରୁ ଲଗାତାରଭାବେ ବିଧାୟକ ଭାବେ ଜିତି ଆସୁଛନ୍ତି । ଏଥିପାଇଁ କଂଗ୍ରେସ ନେତୃତ୍ୱଙ୍କ ସହ ତାଙ୍କର ସୁସଂର୍ପକ ଥିବା କାରଣରୁ ସମ୍ଭବ ହୋଇଛି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଜାନକୀ ବଲ୍ଲଭ ପଟ୍ଟନାୟକ ମହେଶ୍ୱରଙ୍କୁ ସମର୍ଥନ କରି ବିଜୟୀ କରାଇଥିଲେ ସମସ୍ତେ ଜାଣିଛନ୍ତି ।
୧୯୯୫ ନିର୍ବାଚନରେ ଜନତା ଦଳ ପକ୍ଷରୁ ବିଜୟ ମହାପାତ୍ର ଟିକେଟ ବାଂଟୁଥିଲେ । ସେ ସମୟରେ ବ୍ରଜ ତ୍ରିପାଠୀ ଏବଂ ଉମାବଲ୍ଲଭ ରଥଙ୍କୁ ବାଦ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅନିଛା ସତ୍ୱେ ମହେଶ୍ୱରଙ୍କୁ ଟିକେଟ ଦିଆଯାଇଥିଲା । ମହେଶ୍ୱରଙ୍କ ପ୍ରାର୍ଥୀତ୍ୱକୁ ବିଜୟ ମହାପାତ୍ର ଏବଂ ଜାନକୀ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ସମର୍ଥନ ରହିଥିଲା । ସେହିପରି ୨୦୦୦, ୨୦୦୪, ୨୦୦୯ ଏବଂ ୨୦୧୪ ନିର୍ବାଚନ ମଧ୍ୟରୁ ୨ ଥର କଂଗ୍ରେସ ରମାବଲ୍ଲଭ ରଥଙ୍କ ସହ ଥିବା ସତ୍ୱେ ମଧ୍ୟ ଯଥାକ୍ରମେ ବିପିନ ଦାଶ ଏବଂ ଉତମ ଆଚାର୍ଯ୍ୟଙ୍କୁ ଟିକେଟ ଦିଆଯାଇଥିଲା । ଯାହା ଦ୍ୱାରା ମହେଶ୍ୱର ବିରୋଧୀ ଭୋଟ ଭାଗ ଭାଗ ହୋଇଥିଲା । ଏବେ ୨୦୧୯ ଆଗାମୀ ନିର୍ବାଚନରେ ସମାନ ଘଟଣାର ପୁନରାବୃତି ହେବାକୁଯାଉଛୁ । ପଟ୍ଟନାୟକ ପରିବା ସଙ୍ଗେ ପୁରୁଣା ସଂର୍ପକର ଫାଇଦା ଉଠାଇବାକୁ ଯୋଜନା କରିଛନ୍ତି ମହେଶ୍ୱର ।
ଗ୍ରାଉଣ୍ଡଜିରୋ ଲାଇଭକୁ ସୂତ୍ରରେ ମିଳିଥିବା ଖବର ଅନୁଯାୟୀ ପିସିସି ସଭାପତି ନିରଜଂନ ପଟ୍ଟନାୟକ ପୁରୀ ନିର୍ବାଚନମଣ୍ଡଳୀରୁ ବିଶ୍ୱଜିତ୍ ମହାନ୍ତିଙ୍କୁ ଟିକେଟ ଦେବାକୁ ଚାହୁଁଛନ୍ତି । ପୁରୀ ବିଜେଡି ବିଧାୟକ ମହେଶ୍ୱରଙ୍କ ଇସାରାରେ ବିଶ୍ୱଜିତ୍ ଟିକେଟ ପାଇବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏହା ହେଲେ ପୁଣି ଥରେ ମହେଶ୍ୱର ମହାନ୍ତି ବିଧାୟକ ଆସନରେ ବସି ଶାସନ କରିବେ । ଅନ୍ୟପଟେ କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର, ସୁଜିତ ମହାପାତ୍ର ଏବଂ ଅରୋପ୍ରସାଦ ମିଶ୍ରଙ୍କୁ ଦଳ ସଂପୂର୍ଣ୍ଣ ଭାବେ ଅଣଦେଖା କରିଚାଲିଛି ।
‘ମୁଁ ବଂଚିଥିଲା ଯାଏଁ ମହେଶ୍ୱର ତୁମର କିଛି ଅସୁବିଧା ହେବ ନାହିଁ’ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାଜନୀ ପଟ୍ଟନାୟକ କହିଥିଲେ । ତାଙ୍କ ଆବର୍ତନରେ ସେ କଥାକୁ ମନେ ପକାଇ ପିସିସି ସଭାପତି ନିରଜଂନ ପଟ୍ଟନାୟକ ସେହି ଧାରାରେ ଆଗକୁ ଚାଲିଛନ୍ତି । ସୂଚନା ଆଉ କି ଆଗାମୀ ମାର୍ଚ୍ଚର୍ ୧୦ ତାରିଖ ଭିତରେ ପୁରୀ ବିଧାନସଭା ପାଇଁ କଂଗ୍ରେସ ପାର୍ଥୀଭାବେ ବିଶ୍ୱଜିତ ମହାନ୍ତିଙ୍କୁ ଟିକେଟ ମିଳିବାର ଅଧିକ ସମ୍ଭାବନା ରହିଛି । ଅନ୍ୟପଟେ ବିଶ୍ୱଜିତ ମହାନ୍ତିଙ୍କ ବଦଳରେ କଂଗ୍ରେସ ନେତା ସୁଜିତ୍ ମହାପାତ୍ରଙ୍କୁ ଟିକେଟ ଦେଲେ ଲଢେଇ ଜୋରଦାର ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *