କଂଗ୍ରେସର ପ୍ରାର୍ଥୀ ତାଲିକା, କଟକରୁ ଲଢିବେ ପଞ୍ଚାନନ

ଗ୍ରାଉଣ୍ଡଜିରୋ ଲାଇଭ ବ୍ୟୁରୋ, 03/04 :
କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା । ୨ ଲୋକସଭା ଆସନ ଓ ୯ ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଯାଜପୁର ଲୋକସଭା ଆସନ‌ ପାଇଁ ଏଥର ମାନସ ଜେନା ହାତ ଚିହ୍ନରେ ଲଢ଼ିବେ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କୁ ଦଳ ବେଗୁନିଆ ଆସନରୁ ପ୍ରାର୍ଥୀ କରିଛି। ସେହିପରି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପିପିଲି, ଅରିନ୍ଦମ୍‌ ସର୍କେଲ (ବାପି)ଙ୍କୁ ପାରାଦୀପ, ବବି ମହାନ୍ତିଙ୍କୁ ବଡ଼ମ୍ବା, ସେହିପରି କାମାକ୍ଷାନଗରରୁ ଭବାନୀଶଙ୍କର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ହିନ୍ଦୋଳ ସଂରକ୍ଷିତ ଆସନ ପାଇଁ ଏଥର କଂଗ୍ରେସ ଟିକେଟ୍‌ରେ ତ୍ରିନାଥ ବେହେରା ଲଢ଼ିବେ। ଯାଜପୁର ଆସନରେ ସନ୍ତୋଷ କୁମାର ନନ୍ଦ, ଧର୍ମଶାଳାରୁ ସ୍ମୃତିରେଖା ପହି ଓ ବାଲେଶ୍ବରରୁ ମାନସ ଦାସ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

Leave a Reply

Your email address will not be published. Required fields are marked *