କଂଗ୍ରେସର ନିର୍ବାଚନ ଇସ୍ତାହାର ଘୋଷଣା; ଗରିବଙ୍କୁ ମିଳିବ ବାର୍ଷିକ ୭୨ ହଜାର ଟଙ୍କା

ନୂଆଦିଲ୍ଲୀ, 03/04(ଗ୍ରାଉଣ୍ଡଜିରୋ ଲାଇଭ):
୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। କଂଗ୍ରେସ ଏଥିରେ ସର୍ବନିମ୍ନ ଆୟ ଯୋଜନା, ବ୍ୟାପକ କର୍ମନିଯୁକ୍ତି ଏବଂ କୃଷକଙ୍କ ପାଇଁ ପୃଥକ୍‌ ବଜେଟ୍‌ ସମେତ ୫ଟି ବଡ଼ ଘୋଷଣା କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତାହାର ଜାରି କରି କହିଛନ୍ତି ଯେ କ୍ଷମତାକୁ ଆସିଲେ ଦଳ ୨୦ ପ୍ରତିଶତ ଗରିବଙ୍କ ପାଇଁ ସର୍ବନିମ୍ନ ଆୟ ଯୋଜନା କାର୍ଯ୍ୟକାରୀ କରିବ। ଏହି ଯୋଜନାରେ ଗରିବ ପରିବାରକୁ ମାସକୁ ୬ ହଜାର ଟଙ୍କା ହିସାବରେ ବର୍ଷକୁ ୭୨ ହଜାର ଟଙ୍କା ସିଧାସଳଖ ଖାତାକୁ ଯିବ । ଇସ୍ତାହାରକୁ ଦଳ ‘ଜନ ଆୱାଜ’ ନାମ ଦେଇଛି। ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦଳ ଦେଇଛି ତାହାକୁ ଆମେ ନିଶ୍ଚିତ ପୂରଣ କରିବୁ ବୋଲି ରାହୁଲ ଗାନ୍ଧୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଚୁମ୍ବକରେ କଂଗ୍ରେସ ଇସ୍ତାହାର

— ଦେଶର ୨୦ ପ୍ରତିଶତ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ କରାଯିବ
— ବର୍ଷକ ମଧ୍ୟରେ ୨୨ ଲକ୍ଷ ସରକାରୀ ଚାକିରିରେ ନିଯୁକ୍ତି ଦିଆଯିବ। ୧୦ ଲକ୍ଷ ଲୋକଙ୍କୁ ଗ୍ରାମ ପଂଚାୟତସ୍ତରରେ ନିଯୁକ୍ତି ମିଳିବ
— ମନରେଗା ଯୋଜନାରେ ବର୍ଷକୁ ୧୦୦ ଦିନ ବଦଳରେ ୧୫୦ ଦିନର କାମ ମିଳିବ
— କୃଷକଙ୍କ ପାଇଁ ଆସିବ ସ୍ବତନ୍ତ୍ର ବଜେଟ୍‌ ; ଋଣ ସୁଝି ନପାରିଲେ ମଧ୍ୟ ଚାଷୀଙ୍କ ନାମରେ ହେବ ନାହିଁ ଅପରାଧିକ ମାମଲା
— ମୋଟ ଜାତୀୟ ଆୟର ୬ % ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରାଯିବ                                                   

Leave a Reply

Your email address will not be published. Required fields are marked *