ଆଇସିସି ର‌୍ୟାକିଂ ଶୀର୍ଷରେ ବିରାଟ କୋହଲି

ନୂଆଦିଲ୍ଲୀ,୨୨/୧(ଗ୍ରାଉଣ୍ଡଜିରୋ ଲାଇଭ):
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୨୦୧୮-୧୯ ଆଇସିସି ପୁରସ୍କାରରେ ଇତିହାସ ରଚିଛନ୍ତି । କୋହଲିଙ୍କୁ କ୍ରିକେଟର ଅଫ ଦ ଇଅର ପାଇଁ ସାର ଗାରଫିଲ୍ଡ ଆୱାର୍ଡ ମିଳିଛି । ଏହାସହ ତାଙ୍କୁ ଏହି ବର୍ଷର ସର୍ବଶ୍ରେଷ୍ଠ ଟେଷ୍ଟ ଏବଂ ଦିନିକିଆ କ୍ରିକେଟର ଅଫ ଦ ଇୟର ଘୋଷଣା କରାଯାଇଛି । 
ଭାରତୀୟ ଅଧିନାୟକଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟର ଅଫ ଦ ଇଅର ରୂପେ ଚୟନ କରାଯାଇଛି । ଏହା ବ୍ୟତୀତ ସେ ଲଗାତାର ଦ୍ୱିତୀୟ ବର୍ଷ  ଆଇସିସି ୱାନଡେ କ୍ରିକେଟର ଅଫ ଦ ଇଅର ହୋଇପାରିଛନ୍ତି । କେବଳ ଏତିକି ନୁହେଁ ବିରାଟ ଆଇସିସିର ସର୍ବଶ୍ରେଷ୍ଠ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ହୋଇପାରିଛନ୍ତି । ଏହି ତିନୋଟି ଶୀର୍ଷ ପୁରସ୍କାର ଜିତିଥିବା ପ୍ରଥମ ଖେଳାଳି ହେଉଛନ୍ତି ବିରାଟ । ତାଙ୍କୁ ଆଇସିସି ୨୦୧୮ ବର୍ଷ ପାଇଁ ସର୍ବଶ୍ରେଷ୍ଠ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ କରାଯାଇଛି । ଏହା କୋହଲିଙ୍କ ଦ୍ୱିତୀୟ ୱାନଡେ କ୍ରିକେଟର ଅଫ ଦ ଇଅର ପୁରସ୍କାର । ଗତବର୍ଷ ମଧ୍ୟ ବିରାଟ ଏହି ପୁରସ୍କାର ଲାଭ କରିଥିଲେ । ସେତେବେଳେ ସେ ୧୩୩.୫୫ ଆଭରେଜରେ ୧୨୦୨ ରନ କରିଥିଲେ । ଚଳିତ ବର୍ଷ ସେ ଦିନିକିଆରେ ଦ୍ରୁତତମ ୧୦ହଜାର ରନ କରିବାର ଉପଲବ୍ଧି ହାସଲ କରିଥିଲେ । ପୁରସ୍କାର ଜିତିବା ପରେ କୋହଲି କହିଛନ୍ତି କି, ଏହା ଏକ ରୋମାଂଚକର ଅନୁଭବ । ଏହା ପରିଶ୍ରମର ଫଳ । ବହୁତ ଭଲ ଲାଗୁଛି । କେବଳ ସେ ନୁହେଁ ପୁରା ଟିମ ଭଲ ପ୍ରଦର୍ଶନ କରିଛି । ଏହା ଏକ ଗର୍ବର ବିଷୟ । ପୁରସ୍କାର ମିଳିଲେ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ଆତ୍ମବିଶ୍ୱାସ ମିଳେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *