ନିଯୁକ୍ତି ପାଉ ପାଉ ବିଦା ହେଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା

ନିଯୁକ୍ତି ପାଉ ପାଉ ବିଦା ହେଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ସୁପ୍ରିମ୍‌କୋର୍ଟର ରାୟ ବଳରେ ସିବିଆଇ ନିର୍ଦ୍ଦେଶକ ପଦବୀରେ ପୁର୍ନଅବସ୍ଥାପିତ ହେବାର ୪୮ ଘଣ୍ଟା ନପୂରୁଣୁ ପୁଣି ପଦବୀରୁ ହଟିଛନ୍ତି ଆଲୋକ ବର୍ମା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ପରେ ଆଲୋକ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଯାଇଛି ।

ଏହି ବୈଠକରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ଵାରା ମନୋନୀତ ଜଷ୍ଟିସ୍‌ ଏକେ ସିକ୍ରି ମଧ୍ୟ ଯୋଗ ଦେଇଥିଲେ। ଏହି ୩ଜଣିଆ ବୈଠକରେ ୨-୧ରେ ଶ୍ରୀ ବର୍ମାଙ୍କୁ ବିଦା କରିବାର ନିଷ୍ପତ୍ତି ହୋଇଥିଲା । ଆଲୋକ ବର୍ମାଙ୍କୁ କେନ୍ଦ୍ରସରକାର ରାତି ଅଧିଆ ଛୁଟିରେ ପଠାଇଦେବାକୁ ସର୍ବୋଚ୍ଚ ଅଦାଲତ ଭୁଲ ବୋଲି କହିଥିଲେ । ତେବେ ଗତକାଲି ଆଲୋକ ସିବିଆଇ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିବା ବେଳେ ଆଜି ତାଙ୍କୁ ପଦରୁ ବିଦା ହେବାକୁ ପଡିଛି ।

Leave a Reply

Your email address will not be published. Required fields are marked *