ପ୍ରକାଶ ପାଇଲା କାବେରୀ ଜଳ ବିବାଦ ରାୟ

ନୂଆଦିଲ୍ଲୀ, ୧୬/୦୨(ଗ୍ରାଉଣ୍ଡଜିରୋ ଲାଇଭ) : ବହୁ ଚର୍ଚ୍ଚିତ କାବେରୀ ଜଳ ବିବାଦ ଶୁଣାଣି କରି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କାବେରୀ ନଦୀର ଜଳ ଆବଣ୍ଟନ କରି ତାମିଲନାଡୁକୁ ୧୭୭.୨୫ ଟିଏମସି ଫିଟ୍ ଜଳ ଦେଇଥିବା ବେଳେ କର୍ଣ୍ଣାଟକ ଲାଭବାନ ହୋଇଛି । କର୍ଣ୍ଣାଟକକୁ ଅଧିକ ୧୪.୭୫ ଟିଏମସି ଫିଟ ଅଧିକ ପାଣି । ପୂର୍ବରୁ ତାମିଲନାଡୁକୁ ୧୯୨ ଟିଏମସି ଫିଟ୍ ପାଣି ମିଳୁଥିଲା । ପ୍ରଧାନ ବିଚାରପତିଙ୍କ ନେତୃତ୍ବରେ ୩ ଜଣିଆ ଖଣ୍ଡପୀଠରେ ଶୁଣାଣି, ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଲାଗୁ ହେବ

Leave a Reply

Your email address will not be published. Required fields are marked *