ବିଆଇଏସଏଜିକୁ ବିଆଇଏସଏଜି (ଏନ) ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଗୁଜରାଟର ଭାସ୍କରାଚାର୍ଯ୍ୟ ମହାକାଶ ଗବେଷଣା ଏବଂ ଭୂସୂଚନା ସଂସ୍ଥାନ (ବିଆଇଏସଏଜି)କୁ ଭାଷ୍କରାଚାର୍ଯ୍ୟ ଜାତୀୟ ମହାକାଶ ଗବେଷଣା ଏବଂ ଭୂସୂଚନା ସଂସ୍ଥାନ (ବିଆଇଏସଏଜି-ଏନ) ଭାବେ ଉନ୍ନୀତ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।

ଲାଭ

1.     ବିଆଇଏସଏଜିରେ ବର୍ତ୍ତମାନ କାର୍ଯ୍ୟରତ ଦକ୍ଷ କର୍ମଚାରୀଙ୍କ ସେବା ଦକ୍ଷତା ଓ ନବୀନତାକୁ ବଜାୟ ରଖାଯିବ । ଯାହାଦ୍ୱାରା ସେମାନେ ଯେପରି ଅଛନ୍ତି ଏବଂ ଯେଉଁଠାରେ ଅଛନ୍ତି ସେହି ଆଧାରରେ ଜାତୀୟ ସ୍ତରର ସଂସ୍ଥାନରେ ସାମିଲ ହୋଇପାରିବେ ।

2.     ଗତିବିଧିର ସମ୍ପ୍ରସାରଣ ପରିଧିକୁ କାର୍ଯ୍ୟକାରୀ କରିବାର ସୁବିଧା ପ୍ରଦାନ କରିବା ।

3.     ଗତିବିଧି ସମ୍ପ୍ରସାରଣ ପରିଧିର କାର୍ଯ୍ୟାନ୍ୱୟନ ଏବଂ ଜିଆଇ ପ୍ରକଳ୍ପକୁ ଦକ୍ଷତାର ସହ ଶୁଭାରମ୍ଭ କରିବା ।

4.     ଗତିବିଧିର ସମ୍ପ୍ରସାରିତ ପରିଥି, ସହାୟତା, ଗବେଷଣା ଓ ବିକାଶ ଏବଂ ପ୍ରଯୁକ୍ତି ବିକାଶକୁ କାର୍ଯ୍ୟକାରୀ କରିବା ।

5.     ସ୍ଥାନୀୟ ନିର୍ଣ୍ଣୟ ସହାୟତା ପ୍ରଣାଳୀ ମାଧ୍ୟମରେ ବିକାଶ ଯୋଜନା ଏବଂ ଉନ୍ନତ ଶାସନ ସୁବିଧା ପ୍ରଦାନ କରିବା ।

Leave a Reply

Your email address will not be published. Required fields are marked *