ତୈଳ ଦର ପରେ ବଢିଲା ବସ ଭଡା

ଭୁବନେଶ୍ୱର, ୧୫/୦୯(ଗ୍ରାଉଣ୍ଡଜିରୋ ଲାଇଭ) :
ତେଲ ଦର ବୃଦ୍ଧି ହେବା ପରେ ରାଜ୍ୟ ସରକାର ବସ ଭଡା ବୃଦ୍ଧି ନିମନ୍ତେ ଆଜି ନିଷ୍ପତି ନେଇଛନ୍ତି ା ସୂଚନାନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ୍ ବସରେ 2ପଇସା ବୃଦ୍ଧି କରାଯାଇଥିବା ବେଳେ, ଡିଲକ୍ସ ଓ ଏସି-ଡିଲକ୍ସ ବସ୍‌ରେ ୪ ପଇସା ଲେଖାଏଁ ଦରବୃଦ୍ଧି କରାଯାଇଛି । ପୂର୍ବରୁ ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୭୦ ପଇସା ଥିବା ବେଳେ ତାହା ଏବେ ୭୨ ପଇସାରେ ପହଞ୍ଚିଛି । ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୭୩ ପଇସା ଥିବା ବେଳେ ତାହା ଏବେ ବୃଦ୍ଧି ପାଇଁ ୭୫ ପଇସାରେ ପହଞ୍ଚିଛି । ଡିଲକ୍ସ ବସ୍‌ ଭଡ଼ା ୧୦୧ ପଇସାରୁ ବୃଦ୍ଧି ହୋଇ ୧୦୫‌‌‌ରେ ପହଞ୍ଚିଥିବା ବେଳେ ଏସି ଡିଲକ୍ସ ଭଡ଼ା ୧୨୩ରୁ ବୃଦ୍ଧି ପାଇ ୧୨୭ ପଇସାରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *