ହୋଟେଲ ସମ୍ମୁଖରେ ପୂର୍ବତନ ସାଂସଦଙ୍କ ପୁଅର ଦାଦାଗିରି : ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ, ୧୬/୧୦(ଗ୍ରାଉଣ୍ଡଜିରୋ ଲାଇଭ) :
ହୁଜନ ସମାଜ ପାର୍ଟିର ଜଣେ ପୂର୍ବତନ ସାଂସଦଙ୍କ ପୁଅଙ୍କ କରାନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀସ୍ଥିତ ଏକ ପଞ୍ଚତାରକା ହୋଟେଲ୍‌ ସମ୍ମୁଖରେ ସେ ହାତରେ ବନ୍ଧୁକ ଧରି ଜଣେ ମହିଳାଙ୍କୁ ଧମକାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ହାତରେ ବନ୍ଧୁକ ଧରି ଯୁବତୀଙ୍କ ସହ ଯୁକ୍ତିତର୍କ କରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସେ ପୂର୍ବତନ ବିଏସ୍‌ପି ସାଂସଦ ରାକେଶ ପାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେ ବୋଲି ଜଣାପଡ଼ିଛି । ଆଶିଷ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟକୁ ଯିବାକୁ ଉଦ୍ୟମ କରୁଥିଲା ବେଳେ ମହିଳା ଜଣକ ତାଙ୍କୁ ବାରଣ କରିବାରୁ ସେ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ । ସେହି ସମୟରେ ସେ ହାତରେ ଏକ ବନ୍ଧୁକ ଧରିଥିବାର ଦେଖାଯାଇଥିଲା । ବନ୍ଧୁକ ଦେଖାଇ ମହିଳାଙ୍କୁ ସେ ଭୟଭୀତ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏନେଇ ହୋଟେଲ ମ୍ୟାନେଜର ଥାନରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।
ଦେଖନ୍ତୁ ଭିଡିଓ:-

 

Leave a Reply

Your email address will not be published. Required fields are marked *