ଭାଙ୍ଗିଗଲା ପୋଲ, ଅଧାରେ ଝୁଲିଲା ହାଇୱା

ଝାରସୁଗୁଡ଼ା, ୨୪/୬(ଗ୍ରାଉଣ୍ଡଜିରୋ ଲାଇଭ): ଭାରିଯାନର ଓଜନ ସହି ନ ପାରି ଦବିଗଲା ପୋଲ । ଅଳ୍ପକେ ବର୍ତିଲେ ହାଇୱା ଡ୍ରାଇଭର । ଝାରସୁଗୁଡା ଜିଲ୍ଲା ବେଲପାହାଡରୁ ଏମସିଏଲ ବସୁନ୍ଧରା ଖଣି ଅଂଚଳକୁ ସଂଯୋଗ କରୁଥିବା ହେମଗିରି ରାସ୍ତାରେ ଥିବା ଲୋଟସ ପୋଲ ଭାଙ୍ଗି ପଡିଛି । ଗତକାଲି ରାତିରେ ହଠାତ୍ ପୋଲଟି ଭାଙ୍ଗି ପଡିବା ଫଳରେ ଭଙ୍ଗା ପୋଲ ଉପରେ ଏକ ଚିପ୍ସ ବୋଝେଇ ହାଇୱା ଗାଡ଼ି ଲଟକି ରହିଥିଲା । ଆଜି ସକାଳେ ଏହାକୁ କ୍ରେନ୍ ଯୋଗେ ବାହାର କରାଯାଇଛି । ତେବେ ପୋଲଟି ଭାଙ୍ଗି ପଡିବା ଫଳରେ ହେମଗିରିରୁ ଝାରସୁଗୁଡା ବେଲପାହାଡକୁ ଗାଡି ଚଳାଚଳ ବନ୍ଦ ରହିଛି । ୨୦ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିବା ଏହି ପୋଲଟି ଦୁର୍ବଳ ହୋଇପଡିଥିବାରୁ ସ୍ଥାନୀୟ ଲୋକ ନୂତନ ପୋଲ ନିର୍ମାଣ ପାଇଁ ପୂର୍ବରୁ ପ୍ରଶାସନକୁ ଲିଖିତ ଅଭିଯୋଗ କରିଆସୁଥିଲେ ସୁଦ୍ଧା କୌଣସି ଲାଭ ମିଳିପାରି ନାହିଁ । 

Leave a Reply

Your email address will not be published. Required fields are marked *