ପଟିଆ ବିଗବଜାରକୁ ସିଲ୍ କଲା ବିଏମସି

ଭୁବନେଶ୍ୱର,20 ଫେବୃଆରୀ (ଗ୍ରାଉଣ୍ଡ ଜିରୋ ଲାଇଭ):

ଭୁବନେଶ୍ୱର ପଟିଆ ଠାରେ ଥିବା ବିଗ୍ ବଜାରକୁ ଗୁରୁବାର ସିଲ୍ କରାଯାଇଛି । ପାର୍କିଂ ସୁବିଧା ଓ ସୁରକ୍ଷା ମାନକକୁ ପାଳନ କରି ନ ଥିବାରୁ  ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ   ବିଗବଜାର ବିଲ୍ଡିଂକୁ ସିଲ କରାଯାଇଛି । ବିଏମସିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍ ବଜାର ସିଲ୍ ଚାଲିଥିବା ଜଣାପଡ଼ିଛି । ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ପଟିଆ ବିଗ୍ ବଜାରକୁ ସିଲ୍ କରାଯାଇଥିବା କମିଶନ ପକ୍ଷରୁ କୁହା ଯାଇଛି ।

ବିଲ୍ଡିର ମାଲିକ ଜିତେନ୍ଦ୍ର ପ୍ରସାଦ ସିଂଙ୍କ ନାମରେ ନୋଟିସ ଜାରି କରାଯାଇଛି। ଅପରପକ୍ଷେ ଉକ୍ତ ବିଲ୍ଡିଂରେ ଥିବା ପାର୍କି ସ୍ଥଳକୁ ଗୋଦାମ ଭାବେ ବ୍ୟବହାର କରାଯାଉଥିଲା। ଏପରିକି ସେଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବା ଜଣାପଡ଼ିଥିଲା। ଏସବୁ ଜଣାପଡ଼ିବା ପରେ ଅଧିକାରୀମାନେ ତାକୁ ସିଲ୍‌ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *