ସଫେଇକର୍ମୀମାନଙ୍କୁ ସାଧୁବାଦ ଜଣାଇଲେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଭୁବନେଶ୍ୱର, ତା.୧୫/୦୪:

କରୋନାକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ଘରେ ରହିବା ସହ ସମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି । ଏହା ସହ – ଖାଦ୍ୟ ଅଭାବରୁ କାହାକୁ ଭୋକିଲା ନରଖିବା, ଘରେ ଥିବା ବୟସ୍କ ବ୍ୟକ୍ତି ମାନଙ୍କ ପ୍ରତି ଯତ୍ନବାନ ହେବା, ଘରେ ମାସ୍କ ତିଆରି କରି ଗରିବ ଲୋକଙ୍କୁ ବଂଟନ କରିବା, ପିଏମ କେୟାର୍ସକୁ ମୁକ୍ତ ହସ୍ତରେ ଦାନ କରିବା, ଆରୋଗ୍ୟ ସେତୁ ଆପ୍ କୁ ବ୍ୟବହାର କରି ନିଜେ ସୁରକ୍ଷିତ ରହିବା ଏବଂ କରୋନା ସଂଗ୍ରାମ ସହ ଲଢେଇ କରୁଥିବା ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ, ପୁଲିସ କର୍ମଚାରୀ, ସଫେଇ କର୍ମଚାରୀ, ବ୍ୟାଙ୍କ ଓ ପୋଷ୍ଟାଲ କର୍ମଚାରୀଙ୍କ ସମେତ ସରକାରୀ କର୍ମଚାରୀମାନଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଦେବା ପାଇଁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଠାକୁର ରଂଜିତ ଦାସ ବିବେକାନନ୍ଦ ମାର୍ଗ ଠାରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ସଫେଇକର୍ମୀମାନଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି । କରୋନା ମହାମାରୀ ସତ୍ୱେ ସେମାନେ କେବେ ବି ନିଜ କର୍ତବ୍ୟରୁ ବିରତ ହୋଇ ନାହାଁନ୍ତି । ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେଇ ଏଭଳି ସଙ୍କଟ ସମୟରେ ସେମାନେ ଦାୟୀତ୍ୱର ସହ ସେମାନଙ୍କ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଗରିବ କଲ୍ୟାଣ ପ୍ୟାକେଜ ସଂପର୍କରେ ଶ୍ରୀ ଦାସ ସଫେଇକର୍ମୀମାନଙ୍କୁ ଅବଗତ କରାଇବା ସହ ଆରୋଗ୍ୟ ସେତୁ ନିଜ ମୋବାଇଲରେ ଡାଉନଲୋଡ କରି କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ପ୍ରର୍ବତାଇଥିଲେ ।

Leave a Reply

Your email address will not be published. Required fields are marked *