ଲକ୍ ଡାଉନ ସମୟ ସୀମା ବୃଦ୍ଧି ନିଷ୍ପତିକୁ ବିଜେପିର ସ୍ୱାଗତ

ଭୁବନେଶ୍ୱର,09 ଏପ୍ରିଲ :

କରୋନା ମହାମାରୀର ସଫଳ ମୁକାବିଲା କରିବା ପାଇଁ ‘ଲକ୍‌ ଡାଉନ’ ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନାହିଁ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍‌ ଡାଉନର ସମୟ ସୀମାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବା ନିଷ୍ପତିକୁ ବିଜେପି ସମର୍ଥନ କରୁଛି ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି, ସେହି ଅନୁସାରେ ଜନସାଧାରଣମାନେ ସହଯୋଗ କରିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।
ବିଜେପି କାର୍ଯ୍ୟକର୍ତାମାନେ ସାମାଜିକ ଦୂରତ୍ୱ ଓ ସରକାରୀ କଟକଣାକୁ ମାନିବା ସହ ସାମାଜିକ କାର୍ଯ୍ୟକର୍ତା ଭାବରେ ଅସହାୟ ଲୋକଙ୍କୁ ଏଭଳି ସଂକଟ ସମୟରେ ସାହାଯ୍ୟର ହାତ ବଢାଇବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି । ଏପରି କଠିନ ସମୟରେ ଗଣମାଧ୍ୟମର ସାହସୀ ଓ ଜୀବନକୁ ବାଜି ଲଗାଇ କାମ କରିବାର ଶ୍ରୀ ମହାନ୍ତି ଭୂୟଂସୀ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *