ସର୍ଭେରେ ବିଜେପିକୁ ୧୩ଟି ଆସନ ମିଳିବା ପରେ ଓଡିଶାରୁ ମୋଦି ଲଢିବା ନେଇ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର, ୦୫/୧୦(ଗ୍ରାଉଣ୍ଡଜିରୋ ଲାଇଭ) :
ଳିତ ବର୍ଷର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦିଆଦିଇ ହେଉଥିବା ଦେଖିବାକୁ ମିଳିଛି । ଜାତୀୟ ନ୍ୟୁଜ ଚାନେଲ ଏବିପି ପକ୍ଷରୁ ୨୦୧୯ ନିର୍ବାଚନର ରୂପ ରେଖ ସମ୍ପର୍କରେ କରାଯାଇଥିବା ସର୍ଭେ ବିଜେପି ସପକ୍ଷରେ ଆସିଛି | ଯେଉଁଥିରେ ୫୪୩ ଟି ଲୋକସଭା ଆସନରୁ ବିଜେପିକୁ ୨୭୬ ଟି ଆସନ ମିଳିବ ବୋଲି ସର୍ଭେ କହିଛି | ସେହିଭଳି ରାଜ୍ୟରେ ଥିବା ୨୧ଟି ଲୋକସଭା ଆସନ ଭିତରୁ ବିଜେପି ୧୩ ଟି ବିଜୟୀ ହେବ ସମ୍ଭାବନା ଥିବା ବେଳେ ବିଜେଡି ୬ଟି ଏବଂ କଂଗ୍ରେସ ୨ଟି ରେ ଜିତିବା ସମ୍ଭାବନା ରହିଥିବା ସର୍ଭେ ସୂଚେଇଚି | ବିଜେପିର ଭୋଟ ସେରିଙ୍ଗ ୩୯.୬ ପ୍ରତିଶତ କୁ ବୃଦ୍ଧି ପାଇବା ବୋଲି ଆକଳନ କରାଯାଇଥିବା ବେଳେ ବିଜେଡି ୩୧.୬ ପ୍ରତିଶତ ଏବଂ କଂଗ୍ରେସ ୨୩.୫ ପ୍ରତିଶତ ଭୋଟ ପାଇବ ବୋଲି କହିଛି | କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରୁ ପ୍ରାର୍ଥୀ ହେବା ଅଧିକ ସମ୍ଭାବନା ରହିଛି | ଯଦି ଏହା ହୁଏ ତାହେଲେ ବିଜେପି ସମ୍ପୂର୍ଣ ଆସନ ପୋଛି ନେବ | କାରଣ ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଗ୍ରହଣୀୟତା ଯଥେଷ୍ଟ ବୃଦ୍ଧି ପାଇଛି | ଏଥର ଲଢେଇ ମୋଦି ଓ ନବୀନଙ୍କ ମଧ୍ୟରେ ସିଧାସଳଖ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ, ବାରଣାସୀ ଆସନରେ ଲଢିବା ଫଳରେ ଉତରପ୍ରଦେଶର ବିଜେପିକୁ ସିଧା ଫାଇଦା ହୋଇଥିଲା । ରାଜ୍ୟର ମୋଟ ୮୦ ଲୋକସଭା ଆସନରୁ ବିଜେପିକୁ ୭୧ ଆସନ ମିଳିଥିଲା । ୨୦୧୪ ଲୋକସଭା ନିର୍ବାଚନରେ ରାଜ୍ୟର ୨୧ଟି ଆସନ ମଧ୍ୟରୁ ବିଜେଡି ୨୦ ଟି ଆସନରେ ବିଜୟୀ ହୋଇଥିଲା |

 

 

Leave a Reply

Your email address will not be published. Required fields are marked *