ଦୁଇ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର, ୨୭/୦୯(ଗ୍ରାଉଣ୍ଡ ଜିରୋ ଲାଇଭ): କୃଷିମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥିଙ୍କ ମହିଳାଙ୍କ ପ୍ରସଙ୍ଗରେ ଦେଇଥିବା ଆଶାଳୀନ ବକ୍ତବ୍ୟ ଅତ୍ୟନ୍ତ ଲଜ୍ଜାଜନକ ଏବଂ ନୀନ୍ଦନୀୟ । ରାଜ୍ୟର ମାଁ ଓ ଭଉଣୀମାନଙ୍କ ମାଁ ଭଉଣୀମାନଙ୍କ ସମ୍ମାନକୁ ଭୁଲୁଣ୍ଠିତ କରିବା ପାଇଁ ଶାସକ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମତା ଦିଆଯାଇନାହିଁ । ରାଜ୍ୟର ପ୍ରତି ମହିଳାଙ୍କ ଦୁଇ ଦୁଇ ଜଣ ସ୍ୱାମୀ ବୋଲି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ମହାରଥି କେମିତି ଜାଣିଲେ ? ମନ୍ତ୍ରୀଙ୍କ ବକ୍ତବ୍ୟକୁ ୭୨ ଘଂଟା ବିତିଯାଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ବର୍ତମାନ ସୁଦ୍ଧା କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଏହା ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନଙ୍କୁ କଷ୍ଟ ଦେବା ସହ ମ୍ରିୟମାଣ କରିଛି ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ।

ରାଜ୍ୟ ମନ୍ତ୍ରୀମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀ ଶ୍ରୀ ମହାରଥୀଙ୍କ ଏଭଳି ସମ୍ମାନହାନୀସୁଚକ ବକ୍ତବ୍ୟ ପ୍ରତିବାଦରେ ମହିଳା ମୋର୍ଚ୍ଚା ଆସନ୍ତା ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶ ପୁତଳିକା ଦାହ କରିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
୨ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଶ୍ରୀ ମହାରଥୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ତ୍ରୀମଣ୍ଡଳରୁ ବହିଷ୍କାର ନକଲେ ମହିଳା ମୋର୍ଚ୍ଚା ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବ ।
ଅତୀତରେ ବିଧାନସଭା ଗୃହ ଭିତରେ ବିଧାୟିକାଙ୍କୁ ଅଶ୍ଳୀଳ ଭାଷାରେ କହିବା ଏବଂ ବର୍ତମାନ ଅଗଣିତ ମାଁ ଓ ଭଉଣୀମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଆଦି ଘଟଣା କୃଷିମନ୍ତ୍ରୀ ଶ୍ରୀ ମହାରଥୀଙ୍କ ମାନସିକ ସନ୍ତୁଳନ ହରାଇ ବସିଥିବାର ସ୍ପଷ୍ଟ ହୋଇଛି । ମାନସିକ ବିକୃତ ବ୍ୟକ୍ତିଙ୍କର ସରାକାର କିମ୍ବା ମନ୍ତ୍ରୀମଣ୍ଡଳରେ ରହିବାର କୈାଣସି ଅଧିକାର ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଶ୍ରୀ ମହାରଥୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଶ୍ରୀମତୀ ପରିଡା ଦାବୀ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ମହାରଥୀଙ୍କ ଏଭଳି ବକ୍ତବ୍ୟ ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନଙ୍କ ପ୍ରତି ଅସମ୍ମାନ ନୁହେଁ କି ବୋଲି ଶାସକ ବିଜେଡିର ମହିଳା ନେତ୍ରୀମାନେ ବିଧାନସଭାରେ ଉତର ରଖିବେ କି ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାନେତ୍ରୀ ନିୟତି ଗିରି ଓ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ସଂପାଦିକା
ରଶ୍ମିରେଖା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *