୨୦ ନଂ ଜାତୀୟ ରାଜପଥ ତୁରନ୍ତ ମରାମତି କରାଯାଉ :ବିଜେପି

ଭୁବନେଶ୍ୱର,୦୯/୦୭(ଗ୍ରାଉଣ୍ଡ ଜିରୋ ଲାଇଭ):

ପାଣିକୋଇଲି ଠାରୁ ରାଜାମୁଣ୍ଡା ୨୦ ନଂ ଜାତୀୟ ରାଜପଥ ଏବେ ବି ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଲୁହା ପଥର ବୋଝେଇ ଭାରିଯାନ ଯାତାୟତା କରୁଛି । ଏହାଦ୍ୱାରା ବିଭିନ୍ନ ସମୟରେ ଟ୍ରାଫିକ ଜାମ ରହିବା ସହ ସାଧାରଣ ଲୋକମାନେ ଦୁର୍ଘଟଣାରେ ଶିକାର ହେଉଛନ୍ତି । ଗ୍ରାୟତ୍ରୀ କନଷ୍ଟ୍ରକସନ ଏହି ରାଜପଥର ୧୬୦ କି.ମି କାର୍ଯ୍ୟକୁ ଶେଷ ନକରି ଅଧାରୁ ଚାଲିଯାଇଥିବାରୁ ରାସ୍ତା କାମ ଅଧପନ୍ତରିଆ ଭାବେ ପଡିରହିଛି । ସେହି ରାସ୍ତାରେ ପଡୁଥିବା ବେଲବାହାଡି ବ୍ରିଜ କାର୍ଯ୍ୟ ମଧ୍ୟ ଏଯାବତ ଶେଷ ହୋଇନାହିଁ । ସବୁଠାରୁ ସ୍ପର୍ଶକାତର ବିଷୟ ହେଉଛି ଯେ, ବ୍ରିଟିଶ ସମୟରେ ହୋଇଥିବା ଅଣଓସାରିଆ ପୋଲ ଉପରେ ଏବେ ହଜାର ହଜାର ଲୁହାପଥର ବୋଝେଇ ଗାଡିଯାତାୟତ କରୁଥିବାରୁ ପୋଲ ଭୁଶୁଡିଯିବାର ଆଶଙ୍କା ପ୍ରକାଶ ପାଇଛି । ବିଭିନ୍ନ ପ୍ଲାଏ ଓଭର କଡରେ ଥିବା ଆପ୍ରୋଚ ରୋଡ ତଥା ସର୍ଭିସ ରୋଡ କାର୍ଯ୍ୟ ମଧ୍ୟ ସରିନାହିଁ । ତୁରନ୍ତ ଏହି ସମସ୍ତ ସମସ୍ୟାର ସମାଧାନ କରିବା ସହ ବେଲବାହାଡି ବ୍ରିଜ ଏବଂ ରାସ୍ତା କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ କେନ୍ଦୁଝର ଜିଲ୍ଲା ବିଜେପି ପ୍ରତିନିଧୀ ଦଳ ଆଜି ଭୁବନେଶ୍ୱରସ୍ଥିତ ଜାତୀୟ ରାଜମାର୍ଗ ପ୍ରାଧିକରଣର ରିଜିଓନାଲ ଅଫିସରଙ୍କୁ ଭେଟି ଏ ସଂକ୍ରାନ୍ତରେ ଜଣାଇଛନ୍ତି ।

ଅନ୍ୟପକ୍ଷରେ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବା ସତ୍ୱେ ଟୋଲ ଗେଟରେ ପ୍ରତିଦିନ ଟିକସ ଆଦାୟ ଚାଲିଛି । ବେଲବାହାଡି ବ୍ରିଜ କାର୍ଯ୍ୟ ସରିନଥିବା ଯୋଗୁଁ ହଜାର ହଜାର ଗାଡି ରାସ୍ତାରେ ଫସିରହୁଛି । ପ୍ରତିଦିନ ଦୁର୍ଘଟଣାରେ ଅନେକ ଧନ ଜୀବନ ହାନି ହେଉଛି । ଏହି ଘଟଣା ସଂର୍ପକରେ ଜାତୀୟ ରାଜମାର୍ଗର ରିଜିଓନାଲ ଅଫିସର ଅବଗତ ହେବା ପରେ ତୁରନ୍ତ ଏହି ଘଟଣାର ସମାଧାନ କରିବା ପାଇଁ ପ୍ରତିନିଧୀ ଦଳଙ୍କୁ ପ୍ରତିଶୃତି ଦେଇଛନ୍ତି ।


ଏହି ପ୍ରତିନିଧୀ ଦଳରେ ବିଜେପି କୃଷକ ମୋର୍ଚ୍ଚା ରଷ୍ଟ୍ରୀୟ ଉପସଭାପତି ଶ୍ରୀ ମହେଶ୍ୱର ସାହୁ, କେନ୍ଦୁଝର ବିଧାୟକ ମୋଦନ ମାଝୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର, ପୂର୍ବତନ ବିଧାୟକ ଧନୁଜଂୟ ସିଦ୍ଧୁ, ପୂର୍ବତନ ବିଧାୟକ ପଦ୍ମଚରଣ ହାଇଗୁରୁ, ବିଜେପି ବରିଷ୍ଠ ନେତା ଭବାନୀ ଶଙ୍କର ନାୟକ, ଆଲୋକ ସେଠୀ ଓ ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *