ବିଜେଡିର ନୂଆ ଟେକନିକ୍, ହୋଲୋଗ୍ରାମ ପ୍ରଚାରର ଶୁଭାରମ୍ଭ

ଭୁବନେଶ୍ବର, 31/03(ଗ୍ରାଉଣ୍ଡଜିରୋ ଲାଇଭ):
ବିଜେଡିର ହୋଲୋଗ୍ରାମ ପ୍ରଚାର । ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚି ନିର୍ବାଚନ ପ୍ରଚାର କରିପାରିବେ । ଏଥିପାଇଁ ବିଜେଡି ଆରମ୍ଭ କରିଛି ପ୍ରଚାରର ନୂଆ ଟ୍ରେଣ୍ଡ । ଶନିବାର ଭୁବନେଶ୍ବରରୁ ଏଭଳି ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ବିଜେଡି । ଯାହା ଦ୍ବାରା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ଦଳପତି । ଏକ ବସରେ ଉନ୍ନତ ଟେକ୍ନୋଲୋଜିକୁ ବ୍ୟବହାର କରି ଲାଇଟ ଓ ସାଉଣ୍ଡ ଇଫେକ୍ଟରେ ନବୀନଙ୍କ 3D ଛବି ଲୋକଙ୍କ ପାଖରେ ପହଞ୍ଚିପାରିବ । ଯେଉଁଥିରେ ନବୀନ ଦଳୀୟ ପ୍ରର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିପାରିବେ । ପୂର୍ବରୁ 2014 ସାଧାରଣ ନିର୍ବାଚନରେ ବିଜେପି ଏହି ଟେକନିକ୍ ବ୍ୟବହାର କରି ପ୍ରଚାର କରିଥିଲା ।

ବିଜେଡିର ହୋଲୋଗ୍ରାମ ପ୍ରଚାର

ବିଜେଡିର ହାଇଟେକ ପ୍ରଚାରର ନୂଆ ଫଣ୍ଡା । ନବୀନଙ୍କ 3D ହୋଲୋଗ୍ରାମ କରିବ ନିର୍ବାଚନୀ ପ୍ରଚାର…

groundzerolive.com द्वारा इस दिन पोस्ट की गई शनिवार, 30 मार्च 2019

Leave a Reply

Your email address will not be published. Required fields are marked *