୨୦୧୯ରେ ପୁଣି ସରକାର ଗଢ଼ିବ ବିଜେଡି : ନବୀନ

ଭୁବନେଶ୍ୱର,୨୨/୧(ଗ୍ରାଉଣ୍ଡଜିରୋ ଲାଇଭ):
ଆସନ୍ତା ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ । ଗତ ନିର୍ବାଚନ ଅପେକ୍ଷା ଆସନ୍ତା ନିର୍ବାଚନରେ ଦଳ ଅଧିକ ସିଟରେ ଜିତିବ । ଏ ନେଇ ସ୍ପଷ୍ଟ ଭାବେ ଦମ୍ଭୋକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନୀ ସଂପର୍କିତ ଏକ ପ୍ରଶ୍ନରେ ସେ ଏହା ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଦମ୍ଭୋକ୍ତି ପରେ ବିଜେଡିର ନେତାଙ୍କ ଠାରୁ କର୍ମୀମାନଙ୍କ ମନରେ ଆହୁରି ଉତ୍ସାହ ସୃୃଷ୍ଟି ହୋଇଛି । ସେ କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନରେ ଖୁବ ଭଲ ପ୍ରଦର୍ଶନ କରିବ ବିଜେଡ଼ି ।

Leave a Reply

Your email address will not be published. Required fields are marked *