ସେବା ଦ୍ଵାରା ଲୋକଙ୍କ ହୃଦୟ ଜିତିବା ଆମ ଲକ୍ଷ୍ୟ : ନବୀନ

ଭୁବନେଶ୍ୱର, 26 ଡିସେମ୍ବର (ଗ୍ରାଉଣ୍ଡଜିରୋ ଲାଇଭ):

ରାଜ୍ୟ ବିଜେଡି କାର୍ଯ୍ୟାଳୟରେ  ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ପ୍ରତିଷ୍ଠା ଦିବସ ଅବସରରେ ନବୀନ ଦଳର କର୍ମକର୍ତ୍ତାଙ୍କୁ ଅହିଂସାର ମନ୍ତ୍ର ଦେବା ସହ ସେବା ଦ୍ବାରା ଲୋକଙ୍କ ହୃଦୟ ଜିତିବାକୁ ପରାମର୍ଶ ଦେଇଛନ୍ତି ।  ସମଗ୍ର ଦେଶ ଗାନ୍ଧୀଙ୍କ 150 ତମ ଜନ୍ମଜୟନ୍ତୀ ପାଳନ କରିବାକୁ ଯାଉଥିବାବେଳେ ବିଜେଡି ମଧ୍ୟ ଏହାକୁ ଖୁବ ଆଡ଼ମ୍ୱର ସହକାରେ ପାଳନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସଂପର୍କରେ ସେ କହିଥିଲେ ଯେ, ତାଙ୍କ ଆଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଉଚିତ୍ । ଗାନ୍ଧିଜୀଙ୍କର ବାର୍ତ୍ତା ସାରା ମାନବ ଜାତି ପାଇଁ ଓ ସବୁ ସମୟ ପାଇଁ ଆଦର୍ଶ ହୋଇ ରହିଛି ଓ ରହିଥିବ ।

ଓଡ଼ିଶାର ସାଢେ ଚାରି କୋଟି ଭାଇଭଉଣୀ ହେଉଛନ୍ତି ଆମର ପରିବାର। ଭୋଟ ଜରିଆରେ ଆମକୁ ମିଳିଥିବା ଦାୟିତ୍ଵ, କ୍ଷମତା ନୁହେଁ ବରଂ ଆମ ପରିବାରର ସେବା ପାଇଁ ଏହା ଏକ ମହାନ ସୁଯୋଗ। ସେବା ଦ୍ଵାରା ଲୋକଙ୍କ ହୃଦୟ ଜିତିବା ଆମ ଲକ୍ଷ୍ୟ। ଏହାକୁ ଆମେ ନମ୍ରତା ଓ ସାଧୁତାର ସହ ପାଳନ କରିଆସୁଛୁ । ଏହି ନୀତିକୁ ଅନୁସରଣ କରି ବିଜୁ ଜନତା ଦଳ ଓଡ଼ିଶା ବିକାଶର ପରିଚୟ ସାଜିବା ସହ ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇପାରିଛି। ଦଳ ମୋ ଉପରେ କିମ୍ବା ଅନ୍ୟ କୌଣସି ରାଜନେତାଙ୍କ ଉପରେ ନିର୍ଭରଶୀଳ ହୋଇ ରହିନାହିଁ। ବିଜୁ ଜନତା ଦଳ ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାଢ଼େ ୪ କୋଟି ଭାଇ ଓ ଭଉଣୀ ଆମ ପରିବାର । ଭୋଟ୍ ଜରିଆରେ ସେମାନେ ଦେଇଥିବା ଦାୟିତ୍ୱ କ୍ଷମତା ନୁହେଁ । ବିଜେଡି ପରିବାରର ସେବା ପାଇଁ ଏହା ଏକ ମହାନ ସୁଯୋଗ । ନିର୍ବାଚନରେ ଜିତିବା ପାଇଁ ବିଜେଡି କାମ କରୁନି । ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଦଳର ଲକ୍ଷ୍ୟ ବୋଲି ସେ କହିଥିଲେ । ଏଥିପାଇଁ ୩୬୫ ଦିନ କାମ କରିବା ପାଇଁ ଦଳର ସମସ୍ତ କର୍ମୀ ଓ ନେତା ମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ  । ତେବେ ଏହି ନୀତିକୁ ଅନୁସରଣ କରି ବିଜୁ ଜନତା ଦଳ ଆଜି ଓଡ଼ିଶାର ବିକାଶର ପରିଚୟ ହୋଇପାରିଛି ।

Leave a Reply

Your email address will not be published. Required fields are marked *