ବିଜେଡି ଟାର୍ଗେଟରେ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ

ଭୁବନେଶ୍ୱର, 25/04(ଗ୍ରାଉଣ୍ଡଜିରୋ ଲାଇଭ) :

କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିର ଟାର୍ଗେଟ୍ । ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ କରିବା ପାଇଁ ଦାବି କଲା ବିଜେଡି । ୨୦୧୪ରେ ମିଥ୍ୟା ସତ୍ୟପାଠ ଦେଇଥିବା ବୈଜୟନ୍ତଙ୍କ ନାମାଙ୍କନ ପତ୍ର ରଦ୍ଦ କରଯାଉ । ପୁଣିଥରେ ତାଙ୍କୁ କେନ୍ଦ୍ରାପଡାବାସୀଙ୍କୁ ଠକିବାକୁ ସୁଯୋଗ ଦିଆ ନଯାଉ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏହାପୂର୍ବରୁ ୨୦୧୪ରେ ବୈଜୟନ୍ତ ସତ୍ୟପାଠରେ ଭୁଲ ତଥ୍ୟ ଦେଇ କେନ୍ଦ୍ରାପଡାବସୀଙ୍କୁ ଅନ୍ଧାରରେ ରଖିଥିଲେ । ଇମ୍ଫାର ଉପସଭାପତି ଭାବେ ବାର୍ଷିକ ୨ କୋଟିରୁ ଅଧିକ ଟଙ୍କା ଦରମା ନେଉଥିଲେ ମଧ୍ୟ ଏହାକୁ ସତ୍ୟପାଠରେ ଦର୍ଶାଇନଥିଲେ ବୈଜୟନ୍ତ । ପରେ ଏହି ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ରାପଡାବାସୀ ବୈଜୟନ୍ତଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଥିଲେ । ଏହି ମାମଲା ଚାଲିଥିବା ବେଳେ ୨୦୧୯ରେ ପୁଣିଥରେ କେନ୍ଦ୍ରାପଡାରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ । ୨୦୧୯ରେ ବୈଜୟନ୍ତ ଯେଉଁ ସତ୍ୟପାଠ ଦେଇଛନ୍ତି ତାହା ସ୍ପଷ୍ଟ ଦର୍ଶାଉଛି ଯେ, ୨୦୧୪ରେ ମିଥ୍ୟା ସତ୍ୟପାଠ ଦେଇଥିଲେ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ।

Leave a Reply

Your email address will not be published. Required fields are marked *