ପାଟଣାଗଡ ବିଧାୟକଙ୍କ ବିରୋଧରେ ଆଣିଲେ ସଂଗୀନି ଅଭିଯୋଗେ

ବଲାଙ୍ଗୀର, ୦୭/୦୬ (ଗ୍ରାଉଣ୍ଡଜିରୋଲାଇଭ): ପାଟଣାଗଡ ବିଧାୟକ ସରୋଜ ମେହର ଗତକାଲି ଉଠ୍ବସ କରାଇଥିବା ଯନ୍ତ୍ରିଙ୍କ ଘଟଣାରେ ଆସିଛି ନୂଆ ମୋଡ । ଏହି ଘଟଣାର ଭିଡିଓଟି ଭାଇରାଲ ହେବା ପରେ ପୁରା ରାଜ୍ୟରେ ଏବେ ଚାଂଚଲ୍ୟ ସୃଷ୍ଟି ହୋଇଛି । ଯନ୍ତ୍ରୀଙ୍କ ପତ୍ନୀ ଆଜି ବିଧାୟକଙ୍କ ନାରେ ସଂଗୀନି ଅଭିଯୋଗ ଆଣିଛନ୍ତି । ବୁଧବାର ଦିନ ତାଙ୍କ ସ୍ତ୍ରୀଙ୍କୁ ବିଧାୟକ ଓ କର୍ମୀ ଜୋରଜବରଦସ୍ତ ଘରୁ ଟାଣି ନେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ଯନ୍ତ୍ରୀଙ୍କ କହିବା ଅନୁଯାୟୀ ରାସ୍ତା କାମ ସବୁ ଠିକ୍ ଠାକ୍ ଚାଲିଥିବା ବେଳ ବିଧାୟକ ତାଙ୍କୁ ବସ୍ଉଠ୍ ହେବାକୁ କହିଥିଲେ, ବସ୍ଉଠ୍ ନହେଲେ ଲୋକ ତାଙ୍କୁ ମାଡ ମାରିବେ ବୋଲି ଧମକ ଦେଇଥିଲେ । ଏହି ଘଟଣାଟିର ଭିଡିଓ ଭାଇରାଲ ହେବା ପରେ ଏହା ପୂରା ଚର୍ଚ୍ଚାର ବିଷୟ ପାଲିଟିଛି । ସେପଟେ ବିଜେଡି ବିଧାୟକଙ୍କୁ ଗିରଫ କରିବା ପାଇଁ ବିଜେପି ଦଳ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *