କଂଗ୍ରେସ‌ରେ ଯୋଗ ଦେଲେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ

ନୂଆଦିଲ୍ଲୀ, ୧୯/୦୯(ଗ୍ରାଉଣ୍ଡଜିରୋ ଲାଇଊ) : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବୀରମିତ୍ରପୁର ବିଧାୟକ ତଥା ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କୀ ଆଜି  AICC ଅଫିସ୍‌ରେ ରାହୁଲ ଓ ନିରଞ୍ଜନଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି । ସେହିପରି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ମନୋଜ ଜେନା, ଳଳିତ ମୋହନ ପଟ୍ଟନାୟକ, ବିଜୟ ପ୍ରଧାନ ଓ ନିରଦ ଖୁଣ୍ଟିଆ ପ୍ରମୁଖ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି ।ସୂଚନାନୁସାରେ, ଶ୍ରୀ ତିର୍କୀ ୧୯୯୫ ଓ ୨୦୦୦ ମସିହାରେ ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ପାଇଁ ଜେଏମଏମ୍‌ ଟିକେଟ୍‌ରେ ଲଢ଼ି ବିଜୟ ହୋଇଥିଲେ । ୨୦୦୨ ମସିହାରେ ସେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ ୨୦୦୪ ମସିହାରେ ତାଙ୍କୁ ବିଜେଡି ପକ୍ଷରୁ ଟିକେଟ୍‌ ଦିଆନଯିବାରୁ ସ୍‌ୱାଧୀନ ପ୍ରାର୍ଥୀ ଭାବେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ୨୦୦୯ ଓ ୨୦୧୪ ମସିହାରେ‌ ସେ ପୁଣିଥରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *