ବିଶ୍ୱକପରୁ ବାଦ୍ ପଡିଲେ ବିଜୟ ଶଙ୍କର

ବର୍ମିଂହାମ, ୦୧/୦୭(ଗ୍ରାଇଣ୍ଡଜିରୋଲାଇଭ):
ଚଳିତ ବିଶ୍ୱକପରେ ଆଗକୁ ହେବାକୁ ଥିବା ମ୍ୟାଚରେ ଆଉ ଖେଳିବେ ନାହିଁ ଅଲ ରାଉଣ୍ଡର ବିଜୟ ଶଙ୍କର । ତାଙ୍କ ଆଙ୍ଗଠିରେ ଆଘାତ ଲାଗିଥିବା ହେତୁ ସେ ଦଳରୁ ବାଦ୍ ପଡିଛନ୍ତି । ଆଙ୍କୁଠିରେ ଅଧିକ ଆଘାତ ଲାଗିଥିବା ହେତୁ ସେ ମ୍ୟାଚ ଖେଳିବେ ନାହିଁ ବୋଲି ଜଣାପଡିଛି । ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ ଖେଳି ପାରନ୍ତି ବୋଲି ଜଣାପଡିଛି । ଗତକାଲି ଖେଳାଯାଇଥିବା ମ୍ୟାଚ ପୂର୍ବରୁ ଦଳର ଅଧିନାୟକ ବିରାଟ କୋହଲି ବିଜୟ ଶଙ୍କରଙ୍କ ଆଙ୍ଗୁଠିରେ ଆଘାତ ଲାଗିବା ହେତୁ ତାଙ୍କ ବଦଳରେ ଋଷଭ ପନ୍ଥଙ୍କୁ ପଡିଆକୁ ଓହ୍ଲାଇଥିଲେ । ଆଜି ଟିମ୍ ପକ୍ଷରୁ ବିଜୟ ଶଙ୍କର ଫିଟ୍ ନଥିବା ହେତୁ ଆଗାମି ମ୍ୟାଚ ଗୁଡିକ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଅନ୍ୟ ପକ୍ଷରେ ବିଜୟଙ୍କ ବିଦାୟ ପଛରେ ତାଙ୍କ ଖରାପ ପଦର୍ଶନ ହିଁ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହୋଇଛି । ପଡିଆରେ ତାଙ୍କ ପଦର୍ଶନ ଭଲ ନାହିଁ ବୋଲି କ୍ରିକେଟ ପ୍ରେମୀ ମାନେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି୍ଛନ୍ତି ।

Leave a Reply

Your email address will not be published. Required fields are marked *