ଦୁର୍ଗାବତୀ ରେ ନଜର ଆସିବେ ଅଭିନେତ୍ରୀ ଭୂମି ପେଡ୍‌ନେକର

ମୁମ୍ବାଇ ୨୦/୨(ଗ୍ରାଉଣ୍ଡ ଜିରୋ ଲାଇଭ):

ମହିଳା କୈନ୍ଦ୍ରିକ ହରର୍‌ ଫିଲ୍ମ ‘ଦୁର୍ଗାବତୀ’ରେ ପରଦାକୁ ଓହ୍ଲାଇବେ ଅଭିନେତ୍ରୀ ଭୂମି ପେଡ୍‌ନେକର। ସିନେ କ୍ୟାରିଅର୍‌ରେ ପ୍ରଥମ ଥର ପୂରା ଫିଲ୍ମର ଦାୟିତ୍ୱ ସେ ନିଜ କାନ୍ଧକୁ ନେଇଛନ୍ତି । ତଥାପି ବେଶି ଚାପରେ ନାହାନ୍ତି ବୋଲି ଭୂମି କହିଛନ୍ତି । ଭୋପାଳରେ ସେ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମଟି ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ । ଏହାର ଲିଡ୍‌ ଲେଡି ଭାବେ ପ୍ରଥମ ଥର ଏକୁଟିଆ ଫିଲ୍ମର ମଙ୍ଗ ସେ ସମ୍ଭାଳିଛନ୍ତି । ଫିଲ୍ମ ଟିମ୍‌କୁ ଚମତ୍କାର ବୋଲି ଫ୍ୟାଶନ୍‌ ଫଟୋଗ୍ରାଫର ଡବୁ ରତ୍‌ନାନିଙ୍କ ୨୦୨୦ କ୍ୟାଲେଣ୍ଡର ଉନ୍ମୋଚନ ଅବସରରେ ଭୂମି ଖବର ସଂସ୍ଥାକୁ ସୂଚନା ଦେଇଛନ୍ତି । ଫିଲ୍ମର ମୁଖ୍ୟ ଚରିତ୍ର ହୋଇଥିବାରୁ କୌଣସି ପ୍ରକାର ଚାପ ଅନୁଭବ କରୁଛନ୍ତି କି ନାହିଁ, ଭୂମିଙ୍କୁ ପଚରାଯାଇଥିଲା । ସେ କହିଥିଲେ, ଯେକୌଣସି ଫିଲ୍ମର ସୁଟିଂ ସମୟରେ କଳାକାର ଚାପ ଭିତରେ ଥାନ୍ତି ଏବଂ ପୂର୍ବ ଫିଲ୍ମ ଅପେକ୍ଷା ଆହୁରି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି । ଜି. ଅଶୋକଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ‘ଦୁର୍ଗାବତୀ’ ଏକ ହରର୍‌-ଥ୍ରିଲର୍‌ ଫିଲ୍ମ । ଜି. ଅଶୋକଙ୍କ ନିର୍ଦ୍ଦେଶିତ ୨୦୧୮ରେ ମୁକ୍ତିପ୍ରାପ୍ତ ତେଲୁଗୁ ଫିଲ୍ମ ‘ଭାଗମତୀ’ ଉପରେ ଏହା ଆଧାରିତ । ଭୂମି ଏଥିରେ ଜଣେ ଆଇଏଏସ୍‌ ଅଫିସର ଭୂମିକା ନିର୍ବାହ କରିଛନ୍ତି ।

Leave a Reply

Your email address will not be published. Required fields are marked *