ବିଜେପିରୁ ବିଦା ହେଲେ ବଳାକ୍ତାରୀ ବିଧାୟକ

ନୂଆଦିଲ୍ଲୀ , 01 ଅଗଷ୍ଟ (ଗ୍ରାଉଣ୍ଡ ଜିରୋ ଲାଇଭ):

ଉନାଓ ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପଙ୍କୁ ବିଜେପି ଦଳରୁ ବିଦା କରିଛିି । ଏହି ମାମଲାରେ କୁଲ୍‌ଦୀପ ଚାରିପଟୁ ସମାଲୋଚନା ହେବା ପରେ ଏବଂ ବିରୋଧୀ ଦଳ ଭାଜପାକୁ ଟାର୍ଗେଟ କରିବା ପରେ ବିଧାୟକଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଯୋଗ୍ୟ ଯେ, ମାମଲାର ଗୁରୁତ୍ୱକୁ ଦେଖି ଉନାଓ ଗଣଦୁଷ୍କର୍ମ ଘଟଣା ଏବଂ ପୀଡ଼ିତ ପରିବାରର ଦୁର୍ଘଟଣା ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି । 
ବିଧାୟକଙ୍କୁ ନେଇ ବିରୋଧୀଙ୍କ ସମାଲୋଚନା ପରେ ଭାଜପା ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି ଯେ, ଦୁଇବର୍ଷ ତଳେ କୁଲ୍‌ଦୀପଙ୍କ ଉପରେ ବଳାକ୍ତାର ଅଭିଯୋଗ ଆସିବା ପରେ ଆମେ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲୁ । ସେ ସ୍ପଷ୍ଟ କରିଛନ୍ତି ଯେ, ବିଧାୟକଙ୍କୁ ନେଇ ଦଳର ନିଷ୍ପତ୍ତି ଆଜି ବି କାଏମ, ଆମେ ପୀଡ଼ିତାଙ୍କ ସହ ଠିଆ ହୋଇଛୁ । ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ସଫେଇ ଦେଇ କହିଥିଲେ ଯେ, ଦଳ ତାଙ୍କୁ ବହୁ ପୂର୍ବରୁ ନିଲମ୍ବିତ କରିସାରିଛି ।

Leave a Reply

Your email address will not be published. Required fields are marked *