ମହୁ ଖାଇବାର ଉପକାରିତା

ବିଶୁଦ୍ଧ ମହୁ ଅଧିକ ଦିନ ପର୍ଯ୍ୟନ୍ତ ରହିଲେ ମଧ୍ୟ ଖରାପ ହୁଏ ନାହିଁ । ମହୁରେ ପାଣି ଭାଗ ଖୁବ୍ କମ୍ ଥିବାରୁ ଏଥିରେ ବ୍ୟାକ୍ଟେରିଆ ହୋଇନଥାଏ । ମହୁକୁ ଗରମ କଲେ ସେଥିରେ ଥିବା ଲାଭକାରୀ ଗୁଣ କମ୍ ହୋଇଯାଇଥାଏ । ମହୁ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହଯ୍ୟ କରିଥାଏ । ବର୍ତ୍ତମାନ ଗୃହୀନା ହୁଅନ୍ତୁ ଅବା କର୍ମଜାବୀ ଅଧିକାଂଶ ନିହର ମେଦବହୁଳତା ଏବଂ ଏଥିଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏ କ୍ଷେତ୍ରରେ ପ୍ରତିଦିନ ଅଳ୍ପ ପରିମାନରୁ ମହୁ ସେବନ କରିବା ଭଲ । ଏହା ଦ୍ଵାରା ଶରୀରରେ ଥିବା ଅନାବଶ୍ୟକ ଚର୍ବି ଅଂଶ ଦୂର ହୋଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ବିଶେଷ କରି ଏହା ସଂକ୍ରମଣ ଆଶଙ୍କାକୁ କମାଇଥାଏ । କଫ, କାସ ଭଳି ଥଣ୍ଡାବ ରୋଗ ଏବଂ ଶ୍ଵସନାଲି ସଂକ୍ରମଣ ବା ଥ୍ରୋଟ୍ ଇନଫେକ୍ସନ୍ ଦୂର କରିବାରେ ମହୁ ବେଶ୍ ଉପକାରୀ ପ୍ରତିଦିବ୍ନ ମହୁ ଖାଇବା ଦ୍ଵାରା ଶରୀରରେ କୋଲେଷ୍ଟରଲ୍ ସ୍ତର ନିୟନ୍ତିତ ରଖିବାରେ ସାହାଯ୍ୟ କରେ । ଯେଉଁ ମହିଳାଙ୍କଠାରେ ହିମୋଗ୍ଲୋବିନ୍ ସ୍ତର କମିବା ରକ୍ତହୀନତା ଭଳି ସମସ୍ୟା ରହିଛି ସେମାନଙ୍କ ଲାଗି ପ୍ରତିଦିନ ମହୁ ଖାଇବା ଲାଭଦାୟକ ।

Leave a Reply

Your email address will not be published. Required fields are marked *