ସିମ କିଣିବା ସମୟରେ ବାରମ୍ୱାର ଆଙ୍ଗୁଠିକୁ ସ୍କାନ କରୁନାହାଁନ୍ତି ତ ?

ଉତ୍ତରପ୍ରଦେଶ,୧୫/୦୯(ଗ୍ରାଉଣ୍ଡଜିରୋ ଲାଇଭ):
ତ୍ତରପ୍ରଦେଶର ବାରାବଂକି ଠାରେ ଚୋରା ସିମକାର୍ଡ କାରବାର ଧରାପଡିଛି । ଏହି ମାମଲାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ଲୋୋକମାନଙ୍କ ଠାରୁ ବାରମ୍ୱାର ଫିଙ୍ଗରପ୍ରିଣ୍ଟ ସ୍କାନ କରୁଥିଲେ ଏବଂ ତାଙ୍କ ଆଇଡିରେ ଏକାଧିକ ସିମକାର୍ଡ ଆକ୍ଟିଭେଟ କରି ତାକୁ ଇଚ୍ଛା ମୁତାବକ ମୂଲ୍ୟରେ ବଜାରରେ ବିକ୍ରି କରୁଥିଲେ । ସେମାନଙ୍କ ପାଖରୁ ପୁଲିସ ୨୬୦ଟି ଆକ୍ଟିଭେଟେଡ ସିମକାର୍ଡ ବରାମଦ କରିଛି । ଆପଣମାନେ ଜାଣିବା ଦରକାର କି ଗୋଟିଏ ଆଇଡିରେ ପାଞ୍ଚଟି ସିମ ଆକ୍ଟିଭ କରାଯାଇପାରିବ । ତେଣୁ ଆଗାମୀ ଥର ଯଦି ଆପଣଙ୍କ ସହ ଏଭଳି ହେଉଛି , ପୂର୍ବରୁ ସାବଧାନ ରୁହନ୍ତୁ ।

Leave a Reply

Your email address will not be published. Required fields are marked *