‘ବଧାଇ ହୋ’ ଫିଲ୍ମକୁ ମିଳିବ ମାତୃଶ୍ରୀ ଆୱାର୍ଡ

 

ମୁମ୍ୱାଇ, 11/06(ଗ୍ରାଉଣ୍ଡଜିରୋଲାଇଭ): 44ତମ ମାତୃଶ୍ରୀ ଆୱାର୍ଡ ପାଇଁ ‘ବଧାଇ ହୋ’ ଫିଲ୍ମ ବଛାଯାଇଛି । ଏତତ୍ ବ୍ୟତୀତ ଏହି ପୁରସ୍କାର 29 ପତ୍ରକାର ଓ ଏକ ସୋସିଆଲ ଏକ୍ଟିଭିଷ୍ଟଙ୍କୁ ମଧ୍ୟ ଦିଆଯିବ । ଆୱାର୍ଡ କମିଟିର ସଂଯୋଜକ ଓ ମାତୃସ୍ୱରର ସଂପାଦକ ଦିନେଶ ଶର୍ମା କହିଥିଲେ ଯେ, 16 ଜୁନ କୁ ଦିଲ୍ଲୀରେ ଏହି ଆୱାର୍ଡ ବିତରଣ ସମାରୋହ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଧନ ବତୌର ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହି ଆୱାର୍ଡ ସମାରୋହରେ ବିଭିନ୍ନ ପ୍ରକାରର ବିଭାଗ ଥିବାବେଳେ ‘ବଧାଇ ହୋ’ ଫିଲ୍ମକୁ ଶ୍ରେଷ୍ଠ ଫିଲ୍ମର ଆୱାର୍ଡ ମିଳିବ। ଆୟୁଷ୍ମାନ ଖୁରାନା ଓ ସାନ୍ୟା ମଲହୋତ୍ରାଙ୍କ ଅଭିନୀତ ‘ବଧାଇ ହୋ’ ଏକ ପ୍ରାପ୍ତ ବୟସ୍କ ଟିଟିଇଙ୍କ ଜୀବନ କାହାଣୀ ଉପରେ ଆଧାରୀତ ଯେଉଁଥିରେ ତାଙ୍କ ବୟସ୍କ ପତ୍ନୀ ଗର୍ଭବତୀ ହୋଇଯାଇଛନ୍ତି । ଏହି ଅବସ୍ଥାରେ ତାଙ୍କ ସନ୍ତାନ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କିପରି ଲୋକଲଜ୍ଜ୍ୟା ସହିବାକୁ ପଡୁଛି ତାହା ଏହି ଫିଲ୍ମର ମୁଖ୍ୟ କାହାଣୀ । 2018ରେ ରିଲିଜ ହୋଇଥିବା ଏହି ଫିଲ୍ମ 29 କୋଟି ବଜେଟରେ ତିଆରି ହୋଇଥିଲାବେଳେ ବକ୍ସ ଅଫିସରେ 221 କୋଟି ବ୍ୟବସାୟ କରିଥିଲା । ମାତୃଶ୍ରୀ ଆୱାର୍ଡ 43 ବର୍ଷ ତଳେ ଆରମ୍ଭ ହୋଇଥିଲା । ପ୍ରଥମ ଥର ପାଇଁ ଏହି ଆୱାର୍ଡ ଶହିଦ ପତ୍ରକାର ଲାଲା ଜଗତ ନାରାୟଣଙ୍କୁ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *