ସମସ୍ତ ରେକର୍ଡ ଭାଙ୍ଗିପାରେ ଆଭେନଜରସ୍ -ଏଣ୍ଡ ଗେମ୍

ନୂଆଦିଲ୍ଲୀ, 28/04 (ଗ୍ରାଉଣ୍ଡଜିରୋ ଲାଇଭ) :

ଆଭେନଜରସ୍ ଆଣ୍ଡ ଗେମ୍ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କର ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ଶୁକ୍ରବାର ଦୁନିଆ ସାରା ଏହି ଫିଲ୍ମ ରିଲିଜ ହୋଇଛି । ତେବେ ଆଭେନଜରସର ପ୍ରଥମ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା । ଭାରତରେ ୨୦୦ କୋଟି ଅର୍ଜନ କରିଥିବା ଏହା ଭାରତର ପ୍ରଥମ ଫିଲ୍ମ ଥିଲା । ମାର୍ବଲର ଏହି ଫିଲ୍ମକୁ ଆନ୍ଥୋନୀ ଋସୋ ନିର୍ଦ୍ଦେଶନା ଦେଇଛନ୍ତି । କୁହାଯାଉଛି କି, ଏହି ଫିଲ୍ମ ପ୍ରଥମ ସପ୍ତାହରେ ୧ ବିଲିୟନ ଡଲାର ବିଜନେସ୍ କରିବ । ସେହି ସମୟରେ ଚୀନରେ ଏହି ଫିଲ୍ମକୁ ନେଇ ମଧ୍ୟ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଟ୍ରେଡ ଆନାଲିଷ୍ଟଙ୍କ କହିବା ଅନୁଯାୟୀ, ଏହା ଚୀନରେ କେବଳ ୨୫୦ ମିଲିୟନ ଡଲାର ଉପାର୍ଜନ କରିବ । ଚୀନରେ କେବଳ ୬ ଘଂଟା ମଧ୍ୟରେ ୧୦ ଲକ୍ଷ ଟିକେଟ ବିକ୍ରୀ ହୋଇ ସାରିଛି । ତେବେ ଭାରତରେ ଫିଲ୍ମ ରିଲିଜ ହେବା ପୂର୍ବରୁ ୫୦ କୋଟି ଧମାକାଦାର ବ୍ୟବସାୟ କରିଛି । ଏହି ଫିଲ୍ମ ପ୍ରଥମ ସପ୍ତାହରେ ୧ ବିଲିୟନ ଡଲାରର କରିସ୍ମା କରିବ ବୋଲି ଅନୁମାନ ରହିଛି ।

Leave a Reply

Your email address will not be published. Required fields are marked *