ବକ୍ସ ଅଫିସ୍‌ରେ ‘ଆଭେଞ୍ଜର୍ସ ଏଣ୍ଡଗେମ୍‌’ର ହଲ୍ଲାବୋଲ୍‌

 ଭୁବନେଶ୍ୱର, 28/04(ଗ୍ରାଉଣ୍ଡଜିରୋ ଲାଇଭ) :

ଆଭେଞ୍ଜର୍ସ ଏଣ୍ଡଗେମ୍‌ । ଏହି ହଲିଉଡ୍‌ ଫିଲ୍ମ ରିଲିଜ୍‌ର ପ୍ରଥମ ଦିନ ଭାରତରେ ୫୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଥିବା ବେଳେ ସାରା ବିଶ୍ୱରେ ୧୧୮୬ କୋଟି ଟଙ୍କା ରୋଜଗାର କରିଛି । ମୋଟ୍‌ ଉପରେ ଏହି ହଲିଉଡ୍‌ ଫିଲ୍ମ ୪୧୯ କୋଟିର ବ୍ୟବସାୟ କରିବ ବୋଲି ପୂର୍ବାନୁମାନ କରାଯାଉଥିଲା । ହେଲେ ବର୍ତ୍ତମାନ ଏହାର କ୍ରେଜ୍‌ ଦେଖି ଜଣାପଡୁଛି ଯେ ବେପାର ଆହୁରି ଅଧିକ ହେବ । ଭାରତରେ ସର୍ବାଧିକ ୨୮୪୫ଟି ସିନେମା ହଲ୍‌ରେ ରିଲିଜ୍‌ ହୋଇଛି ଆଭେଞ୍ଜର୍ସ ଏଣ୍ଡଗେମ୍‌ । ହିନ୍ଦୀ, ଇଂରାଜୀ, ତାମିଲ ଓ ତେଲୁଗୁ ମୋଟ୍‌ ୪ଟି ଭାଷାରେ ଫିଲ୍ମଟି ହଲ୍‌କୁ ଆସିଛି । ଯେକୌଣସି ହଲିଉଡ୍‌ ଫିଲ୍ମ ପାଇଁ ଭାରତରେ ଏହା ହେଉଛି ସର୍ବାଧିକ ଓପନିଂ । ଉଭୟ ସର୍ବାଧିକ ସିନେମା ହଲ୍‌ରେ ରିଲିଜ୍‌ ହେବା ସହ ବ୍ୟବସାୟରେ ଏକନମ୍ବର ହୋଇଛି ଆଭେଞ୍ଜର୍ସ ଏଣ୍ଡଗେମ୍‌ । ୨୦୧୫ରେ ଅନ୍ତର୍ଜାତୀୟ ସ୍ତରରେ ‘ଷ୍ଟାର ଓ୍ଵାର୍ସ : ଦ ଫୋର୍ସ ଆଓ୍ଵକେନ୍ସ’ ସର୍ବାଧିକ ଓପନିଂ କରିଥିଲା । ରିଲିଜ୍‌ର ପ୍ରଥମ ଦିନରେ ଏହା ଆୟ କରିଥିଲା ୩୯୮ କୋଟି ଟଙ୍କା । ଗତ ୨୪ ତାରିଖ ଦିନ ସାରା ବିଶ୍ୱରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ତିନି ଦିନ ଭିତରେ ୪୨୦୦ କୋଟି ଟଙ୍କା ଆୟ କରିଥିବା ବେଳେ ଏଥିରେ କେବଳ ଚୀନ୍‌ର ଭାଗ ହେଉଛି ୧୫୦୦ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *