ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ ହାରିଲା ଭାରତ, କାରଣ ଧୋନି ନୁହଁନ୍ତି ତ !

ବ୍ରିସ୍‌ବେନ,୨୧/୧୧(ଗ୍ରାଉଣ୍ଡଜିରୋ ଲାଇଭ) :

ରୋମାଞ୍ଚ ଭରା ପ୍ରଥମ ଟି୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୪ ରନରେ ପରାସ୍ତ କରିଛି ।  ଶେଷ ଭାଗରେ ଖରାପ ବ୍ୟାଟିଂ ପାଇଁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ପାରି ନାହିଁ । ଭାରତ ଏହି ମ୍ୟାଚରେ ଫିନିସରର ଅଭାବରୁ ପରାଜିତ ହୋଇଥିବା ଏକ ରକମର ଠିକ ବୋଲି କୁହାଗଲେ ଭୁଲ ହେବନାହିଁ । ମହେନ୍ଦ୍ର ସିଂ ଧୋନି ଏହି ସିରିଜରେ ସ୍ଥାନ ପାଇ ନାହାଁନ୍ତି । ବିଶ୍ୱ କ୍ରିକେଟରେ ବେଷ୍ଟ ଫିନିସର ଭାବରେ ଧୋନି ଆଗଧାଡିରେ ଥିବାରୁ ତାଙ୍କ ଫ୍ୟାନମାନେ ଏହି ପରାଜୟର କାରଣ ଧୋନି ବୋଲି ମତ ରଖିଛନ୍ତି । ଏହି ମୁକାବିଲା ଧୋନି ଖେଳିଥିଲେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇପାରିଥାନ୍ତା ବୋଲି ଚର୍ଚ୍ଚା ହେଉଛି । 

ଭାରତକୁ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଟସ୍ ଜିଣି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ୧୬.୧ ଓଭରରେ ୩ ଉଇକେଟ ହରାଇ ୧୫୩  ରନ୍‌ କରିଥିଲା। ଏହିଠାରୁ ବର୍ଷା ଲାଗି ରହିବାରୁ ଅଷ୍ଟ୍ରେଲିଆ ଦଳକୁ ୧୭ତମ ଓଭର ବଳକା ୫ ବଲ ଖେଳିବାକୁ ମିଳିଥିଲା, ଯେଉଁଥିରେ ଦଳ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଉଇକେଟ ହରାଇ ମାତ୍ର ୫ ରନ୍‌ କରିଥିଲା । ୧୭ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ୪ ଉଇକେଟ ହରାଇ ୧୫୮ ରନ୍‌ କରିଥିଲା । ମାତ୍ର ଡକ୍‌ଓ୍ବର୍ଥ ଲୁଇସ ମେଥଡ ଅନୁଯାୟୀ ଭାରତ ଆଗରେ ୧୭୪ ରନ୍‌ର ଟାଗେର୍ଟ ରଖାଯାଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବଙ୍କୁ ୨ଟି ଓ୍ଵିକେଟ ମିଳିଥିବା ବେଳେ ଯଶପ୍ରୀତ ବୁମରା ଓ ଖଲିଲ ଅହମଦ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମ୍ୟାକ୍ସେଓ୍ଵଲ ୨୪ଟି ବଲ ଖେଳି ସର୍ବାଧିକ ୪୬ ରନ କରିଥିବା ବେଳେ କ୍ରିସ ଲିନ ୨୦ଟି ବଲ ଖେଳି ୩୭ ରନ ଓ ମାର୍କସ ଷ୍ଟୋନିସ ୧୯ଟି ବଲରୁ ୩୩ ରନ୍ କରିଥିଲେ । 

୧୭୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇତିବା ଭାରତୀୟ ଦଳ ୩୫ ରନରେ ରୋହିତ ଶର୍ମା(୭)ଙ୍କୁ ହରାଇଥିଲା । ଧାଓ୍ବନ ୪୨ ବଲର ସମ୍ମୁଖୀନ ହୋଇ ସର୍ବାଧିକ ୭୬(୧୦ ଚୌକା, ୨ ଛକା)ରନ୍‌ କରିଥିଲେ । ଭାରତୀୟ ଦଳ ୧୭ ଓଭରରେ ୭ ଓ୍ଵିକେଟ ହରାଇ ୧୬୯ ରନ୍ ,ଂଗ୍ରହ କରିଥିଲା । ଫଳରେ ଆଜିର ମ୍ୟାଚରେ ଡକ୍‌ଓ୍ବର୍ଥ ଲୁଇସ ମେଥଡ ଅନୁଯାୟୀ ୪ ରନରେ ପରାସ୍ତ ହୋଇଛି । 

Leave a Reply

Your email address will not be published. Required fields are marked *