ଶ୍ରେଣୀ ଗୃହରେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ

ନିଆଳି, ୦୧/୦୭(ଗ୍ରାଇଣ୍ଡଜିରୋଲାଇଭ):
କଟକ ଜିଲ୍ଲା ନିଆଳି ଥାନା ଆମ୍ବପଡ଼ା ସ୍କୁଲର ଶିକ୍ଷୟିତ୍ରୀଙ୍କୁ ହାଣିଲା ଦୁର୍ବୃତ୍ତ ।   ଶିକ୍ଷୟିତ୍ରୀ ଜଣକ ସ୍କୁଲରେ ପଢାଉଥିବା ବେଳେ ହଠାତ୍ ଜଣେ ସ୍ଥାନୀୟ ଯୁବକ ଶ୍ରେଣୀ ଗୃହକୁୁ ପଶିି ଆକ୍ରମଣ କରିଥିଲେ । ଅପରାଧି ଜଣକ ଶିକ୍ଷୟିତ୍ରୀଙ୍କୁ କଟୁରିରେ ଆକ୍ରମଣ କରି ଫେରାର ହୋଇଯାଉଥିବା ବେଳେ ଲୋକେ ତାଙ୍କୁ କାବୁ କରି ପୋଲିସରେ ଜିମା ଦେଇଥିଲେ । ତେବେ କେଉଁ କାରଣରୁ ଦୁବୃର୍ତ୍ତ ଜଣକ ଏପରି ଅପରାଧିକ କାଣ୍ଡ ଘଟାଇଲା ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଂଚି  ଘଟଣାର ତଦନ୍ତ କରୁଛି । 

Leave a Reply

Your email address will not be published. Required fields are marked *