ହାତ ଛାଡିଲେ ଡା.ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର, ୦୧/୦୭(ଗ୍ରାଇଣ୍ଡଜିରୋଲାଇଭ):
କଂଗ୍ରେସ ଛାଡିଲେ ଭିମସାରର ପୂର୍ବତନ ନିର୍ଦ୍ଦେଶକ ଡା.ଅଶ୍ୱିନୀ ପୂଜାହାରୀ । ସେ ତାଙ୍କ ଇସ୍ତଫା ପତ୍ର ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇଛନ୍ତି । କଂଗ୍ରେସର ସମୀକ୍ଷା ବୈଠକରେ କଂଗ୍ରେସ କର୍ମୀଙ୍କ ର୍ଦୁବ୍ୟବହାର ଓ ଗାଳି ଗୁଲଜ ଅଭିଯୋଗ କରି ସେ ଦଳ ଛାଡିଥିବା କହିଛନ୍ତି । ସେ ସମ୍ବଲପୁର ବିଧାନସଭା ଆସନ ପାଇଁ ଲଢିଥିଲେ, ତେବେ ନିର୍ବାଚନରେ ହାରିବା ପରେ ଗତ ୨୬ ତାରିଖରେ ଜିଲ୍ଲା କଂଗ୍ରେସ ଭବନରେ ହୋଇଥିବା ସମୀକ୍ଷା ବୈଠକରେ ଡା.ଅଶ୍ୱିନୀ ପୂଜାହାରୀଙ୍କ ଉପରେ ଦଳୀୟ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ତେଜନା ଦେଖା ଦେଇଥିଲା । ତାଙ୍କୁ ଅପମାନିତ କରିବା ସହ ତାଙ୍କର ଜଣେ ସମର୍ଥକଙ୍କୁ ମାଡମାରିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଦର୍ଶାଇଛନ୍ତି । ଭବିଷ୍ୟତରେ ଆଉ କେଉଁ ଦଳରେ ସେ ଯୋଗ ଦେବେ ତାହା ଏବେ ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *