ଆଜିଠୁ ଏସିଆ କପ୍ କ୍ରିକେଟ୍ ! ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ୧୯ରେ ଭେଟିବ ଭାରତ

ୟୁଏଇ,୧୫/୦୯(ଗ୍ରାଉଣ୍ଡଜିରୋ ଲାଇଭ) :
ଜିଠାରୁ କ୍ରିକେଟ୍ ମହାସମର ଏସିଆ କପ୍ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ୬ଦଳକୁ ନେଇ ଆରମ୍ଭ ହେବ ଏସିଆ କପ୍ ମହାସମର । ୟୁଏଇରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫ୍ଗାନିସ୍ତାନ, ବାଂଲାଦେଶ ଭଳି ଆଇସିସି ମାନ୍ୟତା ଦଳ ସହ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ହଂକଂ ରହିଛି । ଭାରତ, ପାକିସ୍ତାନ ଓ ହଂକଂ ଗ୍ରୁପ୍ ‘ଏ’ରେ ରହିଥିଲା ବେଳେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫ୍ଗାନିସ୍ତାନ ଗ୍ରୁପ୍ ‘ବି’ରେ ସ୍ଥାନ ପାଇଛନ୍ତି । ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପ୍ରେ ପରସ୍ପର ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ପ୍ରତ୍ୟେକ ଗ୍ରୁପ୍ର ୨ ଶ୍ରେଷ୍ଠ ଦଳ ସୁପର ୪ରେ ପହଞ୍ଚିବେ । ସୁପର ୪ରେ ୪ ଦଳ ନିଜ ନିଜ ମଧ୍ୟରେ ମୁକାବିଲା କରିବେ । ଏଥିରୁ ଶ୍ରେଷ୍ଠ ଦୁଇ ଦଳ ୨୮ ତାରିଖ ଫାଇନାଲରେ ମୁହାଁମୁହିଁ ହେବେ ।

Leave a Reply

Your email address will not be published. Required fields are marked *