ଜମ୍ମୁ-କାଶ୍ମୀରରୁ ହଟିଲା ଧାରା ୩୭୦ ଓ ୩୫ A

ନିଉଦିଲ୍ଲୀ 5 ଅଗଷ୍ଟ (ଗ୍ରାଉଣ୍ଡ ଜିରୋ ଲାଇଭ):

ଜମ୍ମୁ-କାଶ୍ମୀରକୁ ନେଇ ଆଜି ଐତିହାସିକ ନିଷ୍ପତି ନେଇଛନ୍ତି ମୋଦି ସରକାର । ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଇବାକୁ ସୁପାରିସ ରାଜ୍ୟସଭାରେ ଆଗତ କରିଛନ୍ତି ।  ଏହା ସହିତ ଜାମ୍ମୁ ଓ କାଶ୍ମୀରର ପୁର୍ନଗଠନ ପାଇଁ ମଧ୍ୟ ସଂଦସର ଉପର ଗୃହରେ ପ୍ରସ୍ତାବ ଦେଇଛନ୍ତି ଗୃହ ମନ୍ତ୍ରୀ । ଜମ୍ମୁ-କଶ୍ମୀରକୁ ଏଣିକି ରାଜ୍ୟ ବଦଳରେ କେନ୍ଦ୍ର ଶାସିତ ଅଞ୍ଚଳରେ ଭାବେ ଗଣତି କରାଯିବ। ଲଦାଖ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଏବେ ଏହି ବିଲ୍‌ ଲୋକସଭାରେ ଆଗତ ହେବ। ଏଥିସହ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ମଧ୍ୟ ଉଚ୍ଛେଦ ହୋଇଛି। ଏହାକୁ ରାଷ୍ଟ୍ରପତି ସ୍ୱତନ୍ତ୍ର ବିଜ୍ଞପ୍ତି ଜରିଆରେ ଅନୁମୋଦନ ଦେଇଥିଲେ। ଏହା ସହ ଜମ୍ମୁକାଶ୍ମୀରଠାରୁ ଲଦାଖକୁ ବିଭାଜନ କରିଦିଆଯାଇଛି । ଲଦାଖକୁ ବିନା ବିଧାନସଭା କେନ୍ଦ୍ରଶାସିତ ରାଜ୍ୟର ମାନ୍ୟତା ଦିଆଯାଇଛି । ଧାରା ୩୭୦କୁ ଉଚ୍ଛେଦ କରିବା ପୂର୍ବରୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୌଣସି ହିଂସା, ଦଙ୍ଗା ଭଳି ଘଟଣାକୁ ଏଡାଇବା ପାଇଁ କାଶ୍ମୀର ଗତକାଲି ମଧ୍ୟରାତ୍ରିୀରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ କାଶ୍ମୀର କିଛି ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିଲା । କାଶ୍ମୀର ଘାଟିରେ ଅଧିକ ସଂଖ୍ୟକ କେନ୍ଦ୍ରୀୟ ସୁରକ୍ଷାବଳଙ୍କୁ ନିୟୋଜିତ କରିବା ପରେ ପୂରା ପର୍ଯ୍ୟଟକ ଓ ବାହାର ଲୋକଙ୍କୁ କାଶ୍ମୀର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *