ଟେଷ୍ଟ ସିରିଜରୁ ବାଦ୍ ପଡିଲେ ପୃଥ୍ୱୀ, ସାମିଲ୍ ହେଲେ ମୟଙ୍କ

ପର୍ଥ,୧୭/୧୨(ଗ୍ରାଉଣ୍ଡଜିରୋ ଲାଇଭ):
ଆହାତ ହେବା କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ଟିମ୍ ଇଣ୍ଡିଆର ଓପନର ପୃଥ୍ୱୀ ଶ’ । ଆହତ କାରଣରୁ ସେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଖେଳିପାରି ନଥିଲେ । ତାଙ୍କ ସ୍ଥାନରେ ଯୁବ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳରେ ସାମିଲ କରାଯାଇଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ ବେଳେ ଏକ କ୍ୟାଚ୍‌ ଧରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ବାମ ଗୋଇଠିରେ ଆଘାତ ଲାଗିଥିଲା । ଏହି ମ୍ୟାଚରେ ସେ ୬୬ ରନ ସ୍କୋର କରିଥିଲେ । 
ପୃଥ୍ୱୀ ଶ’ଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ବିସିସିଆଇ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଭାରତୀୟ ଦଳରେ ମୟଙ୍କ ଅଗ୍ରଓ୍ବାଲଙ୍କ ସହିତ  ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ସାମିଲ କରାଯାଇଛି । ଆସନ୍ତା ଡିସେମ୍ବର ୨୬ରେ ମେଲବୋର୍ନଠାରେ ତୃତୀୟ ଟେଷ୍ଟ ଆରମ୍ଭ ହେବ ।

ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଏମ୍‌. ବିଜୟ, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପଅଧିନାୟକ), ହନୁମା ବିହାରୀ, ରୋହିତ ଶର୍ମା, ରିଷଭ ପନ୍ତ୍‌ (ୱିକେଟକିପର), ପ୍ରାର୍ଥିବ ପଟେଲ (ୱିକେଟକିପର), ଆର. ଅଶ୍ୱିନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ ଯାଦବ, ଯଶପ୍ରୀତ୍‌ ବୁମ୍‌ରା, ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା ଓ ମୟଙ୍କ ଅଗ୍ରଓ୍ବାଲ।

Leave a Reply

Your email address will not be published. Required fields are marked *