ଗାନ୍ଧୀନଗରରୁ ନାମାଙ୍କନ ଭରିଲେ ଅମିତ୍ ଶାହା

ବ୍ୟୁରୋ ରିପୋର୍ଟ, 30/03(ଗ୍ରାଉଣ୍ଡଜିରୋ ଲାଇଭ):
ଗାନ୍ଧିନଗରରୁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଆସନ ଗାନ୍ଧିନଗରରୁ ଲଢିବେ ଶାହା । ଆଜି ଅମିତ ଶାହ ଗୁଜରାଟ ଗାନ୍ଧିନଗରରେ ଏକ ରୋଡ଼ ଶୋ’ କରିଥିଲେ | ରୋଡ଼ ଶୋ’ ପରେ ଅମିତ ଗାନ୍ଧିନଗର ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଶିବସେନା ମୁଖ୍ୟ ଉଦ୍ଭବ ଠାକରେ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *