ବିବାହ ବନ୍ଧନରେ ବାନ୍ଧି ହେବା ଖବର କେବଳ ଗୁଜବ

ମୁମ୍ବାଇ, ୦୭ ଅଗଷ୍ଟ (ଗ୍ରାଉଣ୍ଡ ଜିରୋ ଲାଇଭ):
ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବା ଖବର କେବଳ ଗୁଜବ । ଆଲିଆଙ୍କ ପରିବାର ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି । ଆଲିଆ ବିଶିଷ୍ଟ ଫେଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କୁ ବିବାହ ଲେହେଙ୍ଗା ପାଇଁ ଅର୍ଡର ଦେଇଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଲିଆଙ୍କ ପରିବାର ପକ୍ଷରୁ ଏପରି ସ୍ପଷ୍ଟୀକରଣ ଦିଆଯାଇଛି । ଅବଶ୍ୟ ମୁମ୍ବାଇ ସ୍ଥିତ ଉକ୍ତ ଡିଜାଇନରଙ୍କ ଷ୍ଟୋର ବାହାରେ ଆଲିଆ ଛିଡା ହୋଇଥିବାର ଗଣମାଧ୍ୟମ ପ୍ରତିନିଧି ଦେଖିବାକୁ ପାଇଥିଲେ । ଶୁକ୍ରବାର ଆଲିଆଙ୍କ ଯୋଜକ ଅଙ୍କଲ୍ ମୁକେଶ ଭଟ୍ଟ ଏଭଳି ଜଲଦି ବିବାହ ଗୁଜବକୁ ଅସ୍ୱୀକାର କରିବା ସହିତ କିଏ ତାହା ପ୍ରସାର କଲା ବୋଲି ପ୍ରଶ୍ନ କରିଛନ୍ତି । ଆଲିଆଙ୍କ ଭାଇ ରାହୁଲ ଭଟ୍ଟ ମଧ୍ୟ ଉକ୍ତ ଖବରକୁ ଅପପ୍ରଚାର ବୋଲି କହିଛନ୍ତି । ଅବଶ୍ୟ ରଣବୀର ଆଲିଆ ଯୋଡିକୁ ସେ ପସନ୍ଦ କରିଛନ୍ତି । ରଣବୀର ଏବଂ ଆଲିଆ ଡେଟିଂ କରୁଥିବା ରିପୋର୍ଟ ଗତବର୍ଷ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାପରଠୁ ସେମାନଙ୍କୁ ଅନେକ ଥର ଏକତ୍ର ଦେଖିବାକୁ ମିଳିଛି । ପୁରସ୍କାର ବିତରଣୀ ଉତ୍ସବ ହେଉ ଅଥବା ଶପିଂ କରିବା ପାଇଁ ନ୍ୟୁୟର୍କ ଷ୍ଟ୍ରିଟ୍ରେ ଯାଉଥିବାବେଳେ ଉଭୟ ହାତ ଧରାଧରି ହୋଇ ଚାଲୁଥିବା ଦେଖାଯାଇଛି । ଚଳିତବର୍ଷ ସେମାନଙ୍କ ସମ୍ପର୍କ ବିଷୟ ‘କଫି ୱିଥ୍ କରନ୍’ ରେ ଆଲିଆ ପ୍ରକାଶ କରିଛନ୍ତି । ୬୪ତମ ଫିଲ୍ମଫେୟାର ଆୱାର୍ଡରେ ଆଲିଆ ରଣବୀରଙ୍କୁ କିସ୍ ଦେଇ ‘ଆଇ ଲଭ୍ ୟୁ’ କହିବା ଦୁଶ୍ୟ ସୋସିଆଲ୍ ମିଡିଆରେ ଦେଖିବା ପରେ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ହୋଇପଡିଥିଲେ । ଜଲ୍ଦି ବାହାଘର ଗୁଜବକୁ ଅସ୍ୱୀକାର ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରେ ଉଭୟଙ୍କୁ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *