କାଉଡ଼ିଆ ବେଶରେ ଶୁଟିଂ କଲେ ଅକ୍ଷରା ସିଂ

ମୁମ୍ବାଇ, 01 ଅଗଷ୍ଟ (ଗ୍ରାଉଣ୍ଡ ଜିରୋ ଲାଇଭ):

ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂ କାଉଡିଆ ବେଶରେ ଏକ ଶିବ ଭଜନ ସୁଟିଂ କରିଛନ୍ତି ।  ଗୀତଟି ଶ୍ରାବଣ ମାସରେ କାଉଡ଼ିଯାତ୍ରା ଉପରେ ଶୁଟିଂ କରାଯାଇଛି। ମୁମ୍ବାଇର ମଢ଼ ସ୍ଥିତ ମିରିନ୍ଦା ଆଉସ୍‌ରେ ଏହାର ଶୁଟିଂ କରାଯାଇଛି । ପ୍ରବଳ ବର୍ଷା ସତ୍ବେ ସେ ଗୀତର ସମସ୍ତ ସୁଟିଂ ଶେଷ କରିଛନ୍ତି । ଏହି ଗୀତର ସଙ୍ଗୀତ ନିର୍ଦେଶନା  ଘୁଙ୍ଗରୋ ଦେଇଥିବାବେଳେ ରାମ୍‌ ଦେବନ ଏଥିରେ କୋରିଓଗ୍ରାଫି କରିଛନ୍ତି । ଏହି ଶୁଟିଂ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ପସନ୍ଦ କରିବା ସହିତ ଅକ୍ଷରାଙ୍କୁ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *