ଏୟାର ଇଣ୍ଡିଆ ବୋଇଙ୍ଗି ୭୭୭ ବିମାନରୁ ଖସି ପଡିଲେ ଏୟାର୍‌ ହୋସ୍‌ଟେସ୍‌

ମୁମ୍ବାଇ,୧୫/୧୦(ଗ୍ରାଉଣ୍ଡଜିରୋ ଲାଇଭ) :
ଜି ସକାଳେ ଛତ୍ରପତି ଶିବାଜୀ ଇଣ୍ଟର୍‌ନେସ୍‌ନାଲ୍‌ ଏୟାର୍‌ପୋର୍ଟରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନାନୁସାରେ, ଛତ୍ରପତି ଶିବାଜୀ ଇଣ୍ଟରନେସନାଲ ଏୟାରପୋର୍ଟରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିଥିବା ଏୟାର୍ ଇଣ୍ଡିଆର ଏକ ବିମାନର କବାଟ ବନ୍ଦ କରୁଥିବାବେଳେ ହର୍ଷା ଲୋବୋ ନାମକ ୫୩ ବର୍ଷୀୟ ଏୟାର୍ ହୋସଟେସ୍ ତଳକୁ ଖସିପଡ଼ି ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ନାନାବତୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୭ଟାରେ ବିମାନଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଏହି ଘଟଣା ପରେ ବିମାନର ଉଡ଼ାଣକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ପରେ ପ୍ରାୟ ୮.୩୦ରେ ବିମାନଟି ପୁଣି ଉଡ଼ାଣ ଆରମ୍ଭ କରିଥିଲା ।

Leave a Reply

Your email address will not be published. Required fields are marked *