ଫୋନି ପିଡିତାଙ୍କ ଉପରେ ବର୍ଷା ମାଡ

ଭୁବନେଶ୍ୱର, ୦୨/୦୭(ଗ୍ରାଇଣ୍ଡଜିରୋଲାଇଭ):
ତାତିରୁ ମିଳିଲା ନିସ୍ତାର । ଆଜ୍ଞା ହଁ ଏ କଥାଟିତ ନିଶ୍ଚିନ୍ତ ସତ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କୁ କି ଆଜି ପର୍ଯ୍ୟନ୍ତ ନିସ୍ତାର ମିଳିନାହିଁ । ବାତ୍ୟା ଫୋନି ସିନା ଚାଲିଯାଇଛି ହେଲେ ଦେଇଯାଇଥିବା ଦୁଃଖ ଭୋଗୁଛନ୍ତି ଭୁବନେଶ୍ୱରର କିଛି ଅଂଚଳର ବସ୍ତିବାସିନ୍ଦା ଲୋକେ । ବାତ୍ୟା ଫୋନିରେ ଭାଙ୍ଗିଯାଇଥିବା ଘର ଆଜି ପର୍ଯ୍ୟନ୍ତ ସଜଡା ହୋଇନଥିବାରୁ ବସ୍ତି ବାସିନ୍ଦା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ବିପତ୍ତି ନହଟୁଣୁ ଆଉ ଗୋଟିଏ ବିପତ୍ତି ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ବର୍ଷା ଯୋଗୁଁ ଘରେ ପାଣି ପସିଯିବା ହେତୁ ବସବାସ କରିବାରେ ଅନେକ ଅସୁବିଧା ଦେଖା ଦେବା ସହ ବର୍ଷାରେ ମୁଣ୍ଡ ଗୁଞ୍ଜିବା ପାଇଁ ମୁଣ୍ଡ ଉପରେ ଛାତଟିଏ ବି ନାହିଁ । ବାତ୍ୟାରେ ଭାଙ୍ଗିଯାଇଥିବା ଘର ଗୁଡିକ ପାଇଁ ଓଡିଶା ସରକାର ସହାୟତା ରାଶି ଘୋଷଣା କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଂଚି ନାହିଁ ।

Leave a Reply

Your email address will not be published. Required fields are marked *