ପ୍ରକାଶ ପାଇଲା ଏଡିଆର ରିପୋର୍ଟ

ଭୁବନେଶ୍ୱର, 28/04(ଗ୍ରାଉଣ୍ତଜିରୋ ଲାଇଭ) :

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଏଡିଆର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ନେତାଙ୍କ ସମ୍ପତ୍ତି ପରିମାଣ, ନେତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଆଦିର ସୂଚନା ଦିଆଯାଇଛି । ଏଥିରେ ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣଙ୍କ ନାଁରେ ବିଭିନ୍ନ ପ୍ରକାର ଅପରାଧିକ ମାମଲା ରହିଛି । ୨୦୦୯ ଓ ୨୦୧୪ରେ ୨୩ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିଲା । କିନ୍ତୁ ୨୦୧୯ରେ ୩୦ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ସାତଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି  ଏବଂ ନଅଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ  ହୋଇଛି । ୬୩ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଥିବା ବେଳେ ୧୭ଜଣଙ୍କ ବିରୋଧରେ ଅପହରଣ ମାମଲା ରହିଥିବା ଜଣାପଡ଼ିଛି । ଏବଂ କେଉଁ ନେତା କେତେ ଧନୀ ତାହା ମଧ୍ୟ ଏହି ରିପୋର୍ଟ ମାଧ୍ୟମରେ ସୂଚନା ମିଳିଛି ।  ବିଜେଡିର ସର୍ବାଧିକ ପ୍ରାର୍ଥୀ କୋଟିପତି ଅଛନ୍ତି । ବିଜେଡିର ୧୪୭ ପ୍ରାର୍ଥୀଙ୍କ ମଧ୍ୟରୁ ୯୭ଜଣ କୋଟିପତି ଅଛନ୍ତି । ବିଜେପିର ୧୪୫ ଜଣ ପ୍ରାଥୀଙ୍କ ମଧ୍ୟରୁ ୭୫ ଜଣ କୋଟିପତି ରହିଛନ୍ତି । କଂଗ୍ରେସର ୧୩୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୩ଜଣ କୋଟିପତି ରହିଛନ୍ତି ।

Leave a Reply

Your email address will not be published. Required fields are marked *