ରାଜ୍ୟ ନିର୍ବାଚନ କମିଶନର ହେଲେ ଆଦିତ୍ୟ ପାଢ଼ୀ

ଭୁବନେଶ୍ୱର,14 ଅଗଷ୍ଟ (ଗ୍ରାଉଣ୍ଡ ଜିରୋ ଲାଇଭ) :

ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ କରାଯାଇଛି । ତାଙ୍କ ନିଯୁକ୍ତିକୁ ରାଜ୍ୟପାଳ ଗଣେଶୀ ଲାଲ ମଂଜୁର କରିଛନ୍ତି । ଶ୍ରୀ ପାଢୀଙ୍କୁ ମୁଖ୍ୟ ନିର୍ବାଚନ କମିଶନର କରାଯିବା ପରେ ଖୁବ ଶୀଘ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ଶ୍ରୀ ପାଢ଼ୀ ୧୯୮୩ ବ୍ୟାଚର ଆଇଏଏସ ଅଫିସର ।  ଅବସର ପାଇଁ ସେ କରିଥିବା ଆବେଦନ ଗ୍ରହଣ ହେବା ପାଇଁ ୯୦ ଦିନ ନିୟମ ରହିଛି । କିନ୍ତୁ ଏହା ପୂର୍ବରୁ ୧୯ ସୁଦ୍ଧା ଗ୍ରହଣ କରି ନେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *