ଭୁବନେଶ୍ୱରରେ ଜମି ଲୁଟିବା ପରେ ଏବେ ଅଚ୍ୟୁତଙ୍କ ଲୋଲୁପ ଦୃଷ୍ଟି କନ୍ଧମାଳ ଉପରେ

ଭୁବନେଶ୍ୱର,30 ମାର୍ଚ୍ଚ (ଗ୍ରାଉଣ୍ଡଜିରୋ ଲାଇଊ):

ରାଜ୍ୟରେ ଖଣି ଲୁଟେରା,ଜମି ଲୁଟେରା, ଚିଟଫଣ୍ଡ ଲୁଟେରା ଆଦି ଭ୍ରଷ୍ଟ ଲୋକଙ୍କୁ ବିଜେଡି ଟିକେଟ ଦେଇ ପ୍ରାର୍ଥୀ କରାଇଛି । ଜେଲରୁ ବେଲରେ ଆସିଥିବା ନେତାଙ୍କ ପୁଅମାନଙ୍କୁ ଟିକେଟ ଦେଇ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ କରାଇଛି ବିଜେଡି । ଖଣି ମାଫିଆ , ଚିଟଫଣ୍ଡ ଲୁଟେରା ପରେ ଜମି ମାଫିଆ ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦେଇଛି ବିଜେଡି । ଭୁବନେଶ୍ୱରର ଜମି ଚୋରକୁ ପ୍ରାର୍ଥୀ କରି କନ୍ଧମାଳରେ ଜମି ଲୁଟିବା ପାଇଁ ତାଙ୍କ ହାତରେ ଏକପ୍ରକାର ଟର୍ଚ ଧରାଇ ଦେଇଛନ୍ତି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଅଚ୍ୟୁତ ସାମନ୍ତ ବର୍ତମାନ ବିଜେଡି ଦଳର ରାଜ୍ୟସଭା ସାଂସଦ ଅଛନ୍ତି । ଭୁବନେଶ୍ୱର ଜମି ଲୁଟି ସାଧାରଣ ଲୋକଙ୍କୁ ଧମକ ଦେଇ ଏକ ବିଶ୍ୱବିଦ୍ୟାଳୟ କରି ଶିକ୍ଷା ନାଁରେ ବେପାର କରୁଛନ୍ତି । ସମଗ୍ର ଭୁବନେଶ୍ୱରରେ ଜମି ଲୁଟିବା ପରେ ଏବେ ତାଙ୍କର ଲୋଲୁପ ଦୃଷ୍ଟି କନ୍ଧମାଳ ଜିଲ୍ଲା ଉପରେ ପଡିଛି ।
ଅଚ୍ୟୁତ ସାମନ୍ତ ସମଗ୍ର ଓଡିଶାରେ ଶିକ୍ଷା ବେପାରୀ ନାଁରେ ପରିଚିତ । ଶାସକ ବିଜେଡି ଦଳର ମନ୍ତ୍ରୀ, ବିଧାୟକ, ସାଂସଦ ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ସେ ପକେଟରେ ପୁରାଇ ତାଙ୍କର କଳା ସାମ୍ରାଜ୍ୟ ବିସ୍ତାର କରିଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଛି । ଅଚ୍ୟୁତ ସାମନ୍ତ ରାଜଧାନୀ ବାସୀଙ୍କୁ ଡରାଇ, ଧମକାଇ ତାଙ୍କ ଜମି ନେଇଥିବା କଥା ବିଗତ ଦିନରେ ରାଜଧାନୀ ବାସୀ ଅଭିଯୋଗ କରିଛନ୍ତି । ରାଜ୍ୟର ସଚେତନ ନାଗରିକ ମାନେ ମୁହଁ ଖୋଲିଛନ୍ତି । ହେଲେ ରାଜ୍ୟ ମୁଖିଆ ଘଟଣାର ଅନୁସନ୍ଧାନ, କଯର୍ଯାନୁଷ୍ଠାନ ନେବା ବଦଳରେ ତାଙ୍କୁ ଗେହ୍ଲାପୁଅ କରି କୋଳାଇ ନେଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିସ୍ ବିଦ୍ୟାଳୟ ସରକାରୀ (ଆଦିବାସୀ କଲ୍ୟାଣ ବିଭାଗ) କିମ୍ବା ଜୁଭେନାଇଲ ଜଷ୍ଟିସ ଆକ୍ଟରେ ପଞ୍ଜିକୃତ ହୋଇନାହିଁ । କିସରେ୨୫ ହଜାର୩୧୮ ପିଲାଙ୍କ ପାଇଁ ଯେତିକି ବ୍ୟବସ୍ଥା ହେବା କଥା ତାହା ହୋଇନାହିଁ । ସେଠାରେ ମାତ୍ର ୯ ଟି ଛାତ୍ରବାସ ଓ ୧୧ଟି ଛାତ୍ରୀ ନିବାସ ରହିଛି । ଭିତିଭୂମିର ଘୋର ଅଭାବ ରହିଛି । ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ଛଡା ଅନ୍ୟ କୌଣସି ବିଭାଗ ସେଠାକୁ କେବେବି ଯାଂଚ କରିବାକୁ ଯାଇନାହାନ୍ତି । ୨୦୧୭ ମସିହାରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି ତରଫରୁ ଏକ ଟିମ ଯାଇ ପୁଙ୍ଖାନୁଫୁଙ୍କନ ଭାବେ ଅନୁଧ୍ୟାନ କରିଥିଲା । ୬ ଜଣିଆ ଟିମ୍ ଅନୁସନ୍ଧାନ ସମୟରେ ସେଠାରେ ରହିବା ପାଇଁ ଉଚିତ୍ ବ୍ୟବସ୍ଥା ନଥିବା ଦେଖିବାକୁ ପାଇଲେ । ଆବଶ୍ୟକୀୟ ମୌଳିକ ସୁବିଧା ନାହିଁ , ଟଏଲେଟ୍ ନାହିଁ , ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକୀୟ ସୁପରଭାଇଜର ନାହାନ୍ତି । ବାରମ୍ବାର ପିଲାମାନେ ସ୍କୁଲ ଛାଡି ଚାଲିଯିବାର ନଜିର ମଧ୍ୟ ରହିଛି ବୋଲି ଶିଶୁ କଲ୍ୟାଣ କମିଟି ତାଙ୍କ ରିପୋର୍ଟରେ ଜଣାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସେହିପରି ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିମସ ହସପିଟାଲରେ ବହୁତ ଧୋକାଧାଢି ହୋଇଥିଲା । ଏହି ମାମଲାରେ ସିବିଆଇ ଚାର୍ଜସିଟ କରିଥିଲା । ୪ ଜଣ କର୍ମଚାରୀଙ୍କ ବିରୋଧରେ ୪୨୦, ୪୬୮,୪୭୧,୧୭୬ ଦଫାରେ ମାମଲା ରୁଜୁ କରିଥିଲା । ଜଙ୍ଗଲଜମି ହଡପ ମାମଲାରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ୨୦୧୭ ମସିହାରେ ଉଲ୍ଲେଖ କରିଥିଲେ ଯେ, ପଥରଗାଡିଆ ଅଂଚଳରେ ୧୮ ଏକର ଜଙ୍ଗଲ କିସମ ଜମିକୁ ବେଆଇନ ଭାବେ ଜବରଦଖଲ କରି ରଖିଛନ୍ତି । ଯେଉଁ ବ୍ୟକ୍ତି ଜଙ୍ଗଲ ଜମି ଜବରଦଖଲ କରିଛନ୍ତି ସେହିଭଳି ଜଣେ ବ୍ୟକ୍ତିଙ୍କୁ ୨୦୧୧ ମସିହାରେ ଓଡିଶା ସରକାର ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଥିଲେ । ୨୦୧୨ ମସିହାରେ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଚାଲିଥିବା ସଂସ୍ଥାରେ ହୋଇଥିବା ଅନିୟମିତତା ଉପରେ ସିଏଜି ମଧ୍ୟ ଧରିଥିଲେ ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।
ଲାବ୍ରୋଟୋରୀ ଆସିଷ୍ଟାଂଟରୁ ଏବେ କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ଅଚ୍ୟୁତ ସାମନ୍ତ । ମାସରୁ ୨୫ ଦିନ ବିଦେଶ ଗସ୍ତ କରିବା , ଦାମୀ ଗାଡିରେ ବୁଲିବା ପରେ ଏବେ ଲୋକ ଦେଖାଣିଆ ଭାବେ କହୁଛନ୍ତି କି ମୋର ନିଜର କିଛି ସଂପତି ନାହିଁ । ବିଜେଡି ଏବେ ପିସିର ଦାନବ, ଚିଟଫଣ୍ଡ ଲୁଟେରା, ଖଣି ଲୁଟେରାଙ୍କ ଦଳ ଥିବାବେଳେ ଏପରି ଜଣେ ଜମି ଲୁଟେରା,ଧ୍ରୁତ, ଧୋକ୍କାବାଜ, ଶିକ୍ଷା ବେପାରୀଙ୍କୁ ସାଂସଦର ମାନ୍ୟତା ଦେଇ ସାରିବା ପରେ ଏବେ କନ୍ଧମାଳରୁ ପ୍ରାର୍ଥୀ କରି ଏବେ କନ୍ଧମାଳ ଲୁଟିବା ପାଇଁ ପଥ ପରିଷ୍କାର କରିଛନ୍ତି ଏଥିରେ ସନ୍ଦେହ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *