ଭୁବନେଶ୍ୱର ଖଣ୍ଡଗିରି ଭରତପୁରରେ ଓଲଟିଲା ସ୍କୁଲ ଅଟୋ

ଭୁବନେଶ୍ୱର,୨୫/୦୯(ଗ୍ରାଉଣ୍ଡଜିରୋ ଲାଇଭ): ପୁଣିଥରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ସୃଷ୍ଚି ହୋଇଛି ପ୍ରଶ୍ନ । ବାରମ୍ବାର ସ୍କୁଲ ଅଟୋ ଦୁର୍ଘଟଣାରେ ଛାତ୍ରଛାତ୍ରୀ ଆହତ ହେଉଥବା ବେଳେ, ପୁଣି ଏକ ଦୁର୍ଘଟଣା ଘଟିବା ନେଇ ସୂଚନା ମିଳିଛି । ସୂଚନାନୁସାରେ, ଭୁବନେଶ୍ୱର ଖଣ୍ଡଗିରି ଭରତପୁର ନିକଟରେ ସ୍କୁଲ ଅଟୋ ଓଲଟି ପଡିଛି | ଯେଉଁଥରେ ପାଖାପାଖି 8ଜଣ ଛାତ୍ରଛାତ୍ରୀ ଥିଲେ | ସମସ୍ତ ଛାତ୍ରଛାତ୍ରୀ ସରସ୍ବତୀ ବିଦ୍ୟା ମନ୍ଦିରର ବୋଲି ଜଣାପଡିଛି | ଖଣ୍ଡଗିରି ଥାନା ପୋଲିସ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛି | ସ୍କୁଲରୁ ଘରୁ ଫେରୁଥିବା ବେଳେ ଅନ୍ୟ ଏକ ଅଟୋ ଧକ୍କା ଦେବାରୁ ସ୍କୁଲଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା | ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି | ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ।

Leave a Reply

Your email address will not be published. Required fields are marked *